ଭଦ୍ରକ(ଓଡ଼ିଶା ରିପୋର୍ଟର): ରାଜନୈତିକ ଆକ୍ରୋଶରୁ ଦୁଇଟି ମାଛ ଚାଷ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ପୋଖରୀରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ରଣଜିତ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଏହି ପଞ୍ଚାୟତ ଅଧୀନରେ ଥିବା କୁଣ୍ଡ ପୋଖରୀ ଏବଂ କାଇତ୍ରା ପୋଖରୀରେ ଦୁର୍ବୃତ୍ତ ମାନେ ରାତି ଅଧରେ ଆସି ମାଛ ମରା ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି।
ଏ ନେଇ ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସରପଞ୍ଚଙ୍କ କହିବା ଅନୁସାରେ ଦୁଇଟିଜାକ ପୋଖରୀରେ ପ୍ରାୟ ୨ କୁଇଣ୍ଟାଲରୁ ଅଧିକ ମାଛ ମରିଯାଇଛନ୍ତି। ଯେଉଁମାନେ ଏଭଳି କୁଶ୍ଚିତ କାମ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ମରି ଯାଇଥିବା ମାଛର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
ପଶ୍ଚିମା ଝଡ଼ ପ୍ରଭାବ; କାଲିଠୁ ପୁଣି ଛେଚିବ
ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
Crime
ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ସ୍ୱାମୀ ଅଟକ
ଗତକାଲି ତପସ୍ୱିନୀଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା।
Accident
ପୋଲର ବାଡ଼ାକୁ ଧକ୍କା ଦେଇ ୨୦ ଫୁଟ୍ ତଳକୁ ଖସିଲେ ବାଇକ୍ ଚାଳକ
ପୋଲ ଉପରେ ବାଇକ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ ଓ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
Miscellaneous
ଚାଷୀଙ୍କୁ ସରକାରଙ୍କ ପରାମର୍ଶ: ବୀମା ସହାୟତା ପାଇଁ ହେଲପଲାଇନକୁ ଜଣାଅ
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।
Politics
ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ ବାଂଟିଲେ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।