ପ୍ରହସନ ପାଲଟିଛି ବିଜେଡିର ମିଶ୍ରଣ ପର୍ବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଉଷ୍ମତା ଲାଗି ରହିଥିବାବେଳେ ଦଳଡ଼ିଆଁଙ୍କୁ ସାମିଲ କରାଇବା ପାଇଁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନିୟମିତ ଭାବେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି। କିନ୍ତୁ ବିଜେଡିରେ ପୂର୍ବରୁ ଯେଉଁ ନେତାମାନେ ସାମିଲ ହୋଇ ସାରିଛନ୍ତି, ସେମାନଙ୍କୁ ପୁଣିଥରେ ଦଳରେ ସାମିଲ କରାଯାଉଥିବା ଜଣାପଡ଼ିଛି। ଯାହାକି ବିଜେଡିର ମିଶ୍ରଣ ପର୍ବର ବାସ୍ତବତାକୁ ପଦାରେ ପକାଇଛି। ସୂଚନା ଅନୁସାରେ, କଂଗ୍ରେସରୁ ଇସ୍ତଫା ଦେଇଥିବା ପିସିସି ପର୍ଯ୍ୟବେକ୍ଷକ ରଞ୍ଜନ […]

Mishran-parva-in-bjd-turns-farcical

Manoranjan Sial
  • Published: Wednesday, 10 April 2019
  • , Updated: 10 April 2019, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନୀ ଉଷ୍ମତା ଲାଗି ରହିଥିବାବେଳେ ଦଳଡ଼ିଆଁଙ୍କୁ ସାମିଲ କରାଇବା ପାଇଁ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ନିୟମିତ ଭାବେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି। କିନ୍ତୁ ବିଜେଡିରେ ପୂର୍ବରୁ ଯେଉଁ ନେତାମାନେ ସାମିଲ ହୋଇ ସାରିଛନ୍ତି, ସେମାନଙ୍କୁ ପୁଣିଥରେ ଦଳରେ ସାମିଲ କରାଯାଉଥିବା ଜଣାପଡ଼ିଛି। ଯାହାକି ବିଜେଡିର ମିଶ୍ରଣ ପର୍ବର ବାସ୍ତବତାକୁ ପଦାରେ ପକାଇଛି।

ସୂଚନା ଅନୁସାରେ, କଂଗ୍ରେସରୁ ଇସ୍ତଫା ଦେଇଥିବା ପିସିସି ପର୍ଯ୍ୟବେକ୍ଷକ ରଞ୍ଜନ କୁମାର ଦାସ, ଓଡ଼ିଶା ପିସିସି କିଷାନ ସେଲ୍ ସମ୍ପାଦକ ବିଶ୍ୱନାଥ ପାଣି, ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସନ୍ତୋଷ କୁମାର ଦାସ, ପାରାଦୀପ ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ବିଶ୍ୱାଳ, କାଉନସିଲର ମନୋଜ କୁମାର ବେହେରା ପ୍ରମୁଖ ଏପ୍ରିଲ ୭ତାରିଖରେ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ଏହି ନେତାମାନେ ପାରାଦୀପ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ କିଶୋର ଜେନାଙ୍କ ନେତୃତ୍ୱରେ ବିଜେଡିରେ ସାମିଲ ହୋଇଥିବା ଦଳ ପକ୍ଷରୁ ପ୍ରେସ୍ ରିଲିଜ୍ ଓ ମିଶ୍ରଣ ପର୍ବର ଫଟୋ ଜାରି କରାଯାଇ ସୂଚନା ଦିଆଯାଇଥିଲା।

ଏହାର ୩ଦିନ ନପୁରୁଣୁ ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଓ ମିଶ୍ରଣ ପର୍ବର ଫଟୋରେ ଅନୁରୂପ ଭାବେ ଏହି ନେତାମାନେ ଦଳରେ ମିଶିଥିବା ଉଲ୍ଲେଖ ରହିଛି। ଅବଶ୍ୟ ଏହି ନେତାମାନଙ୍କ ସହ ପାରାଦୀପରୁ ପ୍ରାୟ ୫ହଜାର କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଅବଶ୍ୟ ୭ତାରିଖରେ ଯେଉଁ ନେତାମାନେ ବିଜେଡିରେ ସାମିଲ ହୋଇଥିଲେ ସେମାନଙ୍କର ନାଁ’କୁ ପୁଣିଥରେ ସାମିଲ କରାଯାଇ ମିଶ୍ରଣ ପର୍ବରେ ବିଜେଡିରେ ମିଶିଥିବା ନେତାଙ୍କ ନାଁ ତାଲିକାରେ ଯୋଡ଼ାଯାଇ ଲମ୍ବା କରାଯାଇଛି।

ଦଳଡ଼ିଆଁ ନେତାମାନଙ୍କୁ ମିଶ୍ରଣ ପର୍ବ ମାଧ୍ୟମରେ ସାମିଲ କରୁଥିବା ବିଜେଡି ଜଣେ ଲେଖାଁଏ ନେତାଙ୍କୁ ବାରମ୍ବାର ଦଳରେ ମିଶାଇ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଚାହୁଁଛି ନା ବାସ୍ତବରେ ମିଶ୍ରଣ ପର୍ବ ହେଉଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Related story