କାହିଁକି ରାଧାକାନ୍ତ ଏହି ପଲାରେ ରହୁଛନ୍ତି ? କାରଣ ସାଂଘାତିକ

ଜଗତସିଂପୁର/ ବାଲୁଗାଁ/ ଶକ୍ତିପ୍ରସାଦ(ଓଡ଼ିଶା ରିପୋର୍ଟର): ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରି ବାହାଦୂରୀ ମାରୁଛନ୍ତି ରାଜ୍ୟ ସରକାର । ହେଲେ ଗ୍ରାମାଞ୍ଚଳର ସେହି କ୍ୱାରେଣ୍ଟାଇନ ବ୍ୟବସ୍ଥା ଯେ କେତେ ହୁଗୁଳା, ସେକଥା କିନ୍ତୁ ରହିଯାଉଛି ଆଢ଼ୁଆଳରେ। ଆଜି କ୍ୱାରେଣ୍ଟାଇନ୍ ଅବ୍ୟବସ୍ଥାର ସାଂଘାତିକ ଅଭିଯୋଗ ଆସିଛି। କ୍ୱାରେଣ୍ଟାଇନ ସେଣ୍ଟର ତଥା ଟିଏମ୍ସି ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ୱାବ୍‌ ସଂଗ୍ରହ କରାଯାଉନାହିଁ । ଫଳରେ କ୍ୱାରେଣ୍ଟାଇନ ଅବଧି ସାରି ଘରକୁ ଫେରିବା ପରେ ବି କିଏ […]

7890

7890

Tapas Behera
  • Published: Monday, 01 June 2020
  • Updated: 01 June 2020, 08:13 PM IST

ଜଗତସିଂପୁର/ ବାଲୁଗାଁ/ ଶକ୍ତିପ୍ରସାଦ(ଓଡ଼ିଶା ରିପୋର୍ଟର): ପ୍ରବାସ ଫେରନ୍ତାଙ୍କ ପାଇଁ କ୍ୱାରେଣ୍ଟାଇନ ସେଣ୍ଟର ନିର୍ମାଣ କରି ବାହାଦୂରୀ ମାରୁଛନ୍ତି ରାଜ୍ୟ ସରକାର । ହେଲେ ଗ୍ରାମାଞ୍ଚଳର ସେହି କ୍ୱାରେଣ୍ଟାଇନ ବ୍ୟବସ୍ଥା ଯେ କେତେ ହୁଗୁଳା, ସେକଥା କିନ୍ତୁ ରହିଯାଉଛି ଆଢ଼ୁଆଳରେ। ଆଜି କ୍ୱାରେଣ୍ଟାଇନ୍ ଅବ୍ୟବସ୍ଥାର ସାଂଘାତିକ ଅଭିଯୋଗ ଆସିଛି। କ୍ୱାରେଣ୍ଟାଇନ ସେଣ୍ଟର ତଥା ଟିଏମ୍ସି ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟ ଭିତରେ ସ୍ୱାବ୍‌ ସଂଗ୍ରହ କରାଯାଉନାହିଁ । ଫଳରେ କ୍ୱାରେଣ୍ଟାଇନ ଅବଧି ସାରି ଘରକୁ ଫେରିବା ପରେ ବି କିଏ ପଜିଟିଭ୍ ହେଉଛନ୍ତି ତ ଆଉ କାହାର ସ୍ୱାବ୍‌ ନମୂନା ତ ଦୂରର କଥା, ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷାଟିଏ ବି କରାଯାଉନି। ଫଳରେ ଆହୁରି ସଂକ୍ରମଣର ଭୟ ବଢ଼ିବା ସହ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠିଛି।

କ୍ୱାରେଣ୍ଟାଇନ ବ୍ୟବସ୍ଥାରେ ଘଳିଆ।  ନା ସ୍ୱାବ ସଂଗ୍ରହ କରାଯାଉଛି ନା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ପରିଣାମ ସ୍ୱରୂପ କ୍ୱାରେଣ୍ଟାଇନ୍ ଅବଧି ସାରି ଘରକୁ ଫେରିବା ପରେ ବି ନମୁନା ଆସୁଛି ପଜିଟିଭ୍। ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତ ଟିଏମ୍ସି କେନ୍ଦ୍ରରୁ ଏମିତି ଅଭିଯୋଗ ଆସିଛି।  

ମହାରାଷ୍ଟରୁ ଫେରି ୭ ଦିନିଆ କ୍ୱାରେଣ୍ଟାଇନ ଅବଧି କଟାଇ ୨୭ରେ ଘରକୁ ଫେରିଥିଲେ ଜଣେ ପ୍ରବାସୀ। ଆଉ ଘରକୁ ଫେରିବା ପରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ୍ । କେବଳ ଏହି ଜଣେ ନୁହଁନ୍ତି, ଗତ ସପ୍ତାହରେ ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଏବଂ ଇବ୍ରିସିଂ ପଞ୍ଚାୟତର ଟିଏମ୍ସିରୁ ଘରକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ୬ ଜଣଙ୍କ ସ୍ୱାବ୍‌ ରିପୋର୍ଟ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ସଂପୃକ୍ତ ସଂକ୍ରମିତମାନେ ଗାଁକୁ ଆସି ମିଳାମିଶା କରିଥିବାରୁ ଲୋକେ ଆଶଙ୍କାରେ ଥିବାବେଳେ ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।

ଖୋର୍ଦ୍ଧା ଜିଲ୍ଲା କୁଲେଇ ଅଞ୍ଚଳରେ ବି ସମାନ ଅଭିଯୋଗ । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀ ଚିହ୍ନଟ ହୋଇଛନ୍ତି କୋଭିଡ୍ ପଜିଟିଭ୍ । ଆଉ ତାଙ୍କୁ ନେଇ ଥରହର ସ୍ଥାନୀୟ ବାସିନ୍ଦା । ସଂପୃକ୍ତ ବ୍ୟକ୍ତି ଜଣକ ସଂଗରୋଧ କେନ୍ଦ୍ରରୁ ଯିବା ପରେ ଗାଁରେ ବୁଲାବୁଲି କରିବା ସହ ଗାଁ ପୋଖରୀରେ ଗାଧୋଇଥିବାରୁ ଲୋକଙ୍କୁ ପୋଖରୀ ତୁଠକୁ ଯିବାକୁ ବାରଣ କରାଯାଇଛି । ଏପରିକି ପଞ୍ଚାୟତ ପକ୍ଷରୁ ମଧ୍ୟ ପୋଖରୀକୁ ନିଷେଧ କରି ସାନିଟାଇଜ୍ କରାଯାଇଛି ।   

ଡାଳ ଛାଉଣୀ କରି କାଳ କାଟୁଥିବା ଜଣେ  ପ୍ରବାସୀଙ୍କ ଦୁର୍ଦ୍ଦଶା ପ୍ରଶାସନର ମୁଖା ଖୋଲିଦେଇଛି। ନୂଆପଡ଼ା ଜିଲ୍ଲା ସାହାଜଟ ଟିଏମ୍ସିରେ ରହୁଥିଲେ ଏହି ମୁମ୍ବାଇ ଫେରନ୍ତା ପ୍ରବାସୀ । ସରକାରଙ୍କ ନିର୍ଦ୍ଦେଶ ମୁତାବକ କ୍ୱାରେଣ୍ଟାଇନ ଅବଧି ବି କାଟିଲେ। ହେଲେ ଆଜିକୁ ୬ ଦିନ ବିତିଗଲାଣି, ନା ପରୀକ୍ଷା ପାଇଁ ତାଙ୍କର ସ୍ୱାବ୍‌ ସଂଗ୍ରହ କରାଗଲା ନା ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷାଟିଏ ହେଲା । ଫଳରେ କାଳେ ତାଙ୍କ ଦେହରେ ଭୂତାଣୁ ଥିବ, ସେହି ଭୟରେ ଘରକୁ ନଯାଇ ଏହି ଡ଼ାଳ ଛାଉଣୀ ଭିତରେ କାଳ କାଟୁଛନ୍ତି ଖଡ଼ିକାରପଡ଼ାର ରାଧାକାନ୍ତ । ପରିବାର ଲୋକେ ବି ଏଭଳି ଦୂରତା ରକ୍ଷା କରି ତାଙ୍କୁ ଖାଇବା ପିଇବା ଦେଉଛନ୍ତି। 

ଗ୍ରାମାଞ୍ଚଳ ଟିଏମ୍ସି ଗୁଡ଼ିକରେ ଏଭଳି ଅବ୍ୟବସ୍ଥା କାହିଁକି ? ବିନା ସ୍ୱାବ୍‌ ସଂଗ୍ରହ କରି ଟିଏମ୍ସିରୁ ପ୍ରବାସୀଙ୍କୁ ଛଡ଼ାଯିବା ପଛର କାରଣ କ’ଣ ? ଏଭଳି ଅବ୍ୟବସ୍ଥା ଯଦି ହୁଏ, ତେବେ ଗ୍ରାମାଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ବଢ଼ିବନି କି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story