ଜାଲରେ ପଡ଼ିଲା କ୍ଷେପଣାସ୍ତ୍ରର ଭଗ୍ନାଂଶ

ଭଦ୍ରକ:(ଓଡ଼ିଶା ରିପୋର୍ଟର) ନଦୀରୁ ଉଦ୍ଧାର ହେଲା କ୍ଷେପଣାସ୍ତ୍ରର ଭଗ୍ନାଂଶ ଭଦ୍ରକ ଜିଲ୍ଲା ଧାମରା ନଦୀରୁ ମତ୍ସ୍ୟଜୀବୀମାନେ ଏକ କ୍ଷେପଣାସ୍ତ୍ରର ଭଗ୍ନାଂଶ ଉଦ୍ଧାର କରିଛନ୍ତି। ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା କ୍ଷେପଣାସ୍ତ୍ରର ଏହି ଭଗ୍ନାଂଶ। ଏହାପରେ ଏକ କବାଡି ଦୋକାନରେ କ୍ଷେପଣାସ୍ତ୍ରର ଭଗ୍ନାଂଶଟିକୁ ନେଇ ବିକ୍ରି କରି ଦେଇଥିଲେ। ଭଗ୍ନ କ୍ଷେପଣାସ୍ତ୍ରର ଓଜନ ପ୍ରାୟ ୮୦ କେଜି ହେବ। ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ର ଗୁଡିକ ପରୀକ୍ଷଣ କରାଯାଇଥାଏ। ଏ ନେଇ ଧାମରା ମେରାଇନ ଥାନା […]

debris-1

Tapas Behera
  • Published: Saturday, 19 December 2020
  • , Updated: 19 December 2020, 06:01 PM IST

ଭଦ୍ରକ:(ଓଡ଼ିଶା ରିପୋର୍ଟର) ନଦୀରୁ ଉଦ୍ଧାର ହେଲା କ୍ଷେପଣାସ୍ତ୍ରର ଭଗ୍ନାଂଶ ଭଦ୍ରକ ଜିଲ୍ଲା ଧାମରା ନଦୀରୁ ମତ୍ସ୍ୟଜୀବୀମାନେ ଏକ କ୍ଷେପଣାସ୍ତ୍ରର ଭଗ୍ନାଂଶ ଉଦ୍ଧାର କରିଛନ୍ତି। ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା କ୍ଷେପଣାସ୍ତ୍ରର ଏହି ଭଗ୍ନାଂଶ। ଏହାପରେ ଏକ କବାଡି ଦୋକାନରେ କ୍ଷେପଣାସ୍ତ୍ରର ଭଗ୍ନାଂଶଟିକୁ ନେଇ ବିକ୍ରି କରି ଦେଇଥିଲେ। ଭଗ୍ନ କ୍ଷେପଣାସ୍ତ୍ରର ଓଜନ ପ୍ରାୟ ୮୦ କେଜି ହେବ। ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ର ଗୁଡିକ ପରୀକ୍ଷଣ କରାଯାଇଥାଏ। ଏ ନେଇ ଧାମରା ମେରାଇନ ଥାନା ଆଇଆଇସିଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏ ସମ୍ପର୍କରେ ସେ କିଛି ସୂଚନା ନଥିବା କହିଛନ୍ତି।

Related story