‘ପ୍ରହାର’ କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିଜାଇଲ ‘ପ୍ରହାର’ର ପରୀକ୍ଷଣ କରାଯାଇଛି। ITRର ୩ ନଂ ଲଞ୍ଚ ପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୬ ଟାରୁ ୫ଟି ଗାଁର ୪ ହଜାର ୯୯୪ ଜଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। ସଂପୂର୍ଣ୍ଣ ଭାରତୀୟ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିଜାଇଲ DRDO ଦ୍ୱାରା ନିର୍ମିତ। ଏହାର ଉଭୟ ଆଣବିକ […]

missile-prahar-to-be-test-fired-from-itr-chandipur-on-friday

Manoranjan Sial
  • Published: Thursday, 20 September 2018
  • , Updated: 20 September 2018, 05:29 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR)ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ ମିଜାଇଲ ‘ପ୍ରହାର’ର ପରୀକ୍ଷଣ କରାଯାଇଛି। ITRର ୩ ନଂ ଲଞ୍ଚ ପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ସକାଳ ୬ ଟାରୁ ୫ଟି ଗାଁର ୪ ହଜାର ୯୯୪ ଜଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି।

ସଂପୂର୍ଣ୍ଣ ଭାରତୀୟ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ମିଜାଇଲ DRDO ଦ୍ୱାରା ନିର୍ମିତ। ଏହାର ଉଭୟ ଆଣବିକ ଓ ପାରମାଣିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ଏହାର ଲମ୍ୱ ୭.୩ ମିଟର ଓ ମୋଟେଇ ୦.୪୨ ମିଟର ରହିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୧୫୦ କିଲୋମିଟର ରହିଛି।

ଭୂପୃଷ୍ଠରୁ ଆକାଶକୁ ଉଠିବା ପରେ 'ପ୍ରହାର' ୩୫ କିଲୋମିଟର ଉଚ୍ଚତାରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ରକେଟକୁ ଧ୍ୱଂସ କରିବାରେ ସଫଳ ହୋଇ ପାରିବ। ଶେଷ ଥର ପାଇଁ ଗତ ୨୦୧୧ ଜୁଲାଇ ୨୧ ତାରିଖରେ ଏହାକୁ ସଫଳତାର ସହ ପରୀକ୍ଷା କରାଯାଇଥିଲା।

Related story