ମହାନଦୀରୁ ମିଳିଲା ନିଖୋଜ କବିଙ୍କ ମୃତଦେହ

ବାଙ୍କୀ (ସଞ୍ଜୀପ ନାୟକ): କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ନିକଟ ମହାନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କରବର ଗାଁର କବି ବେହେରା। ଦୁଇ ଦିନ ତଳେ କବି ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ବାଙ୍କୀ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନଦୀରେ ବହୁ ଖୋଜାଖୋଜି କରିଥିଲା। କିନ୍ତୁ କବିଙ୍କର କୌଣସି ସନ୍ଧାନ ମିଳି […]

deadman

Jitendra Garnayak
  • Published: Wednesday, 05 June 2019
  • , Updated: 05 June 2019, 10:49 AM IST

ବାଙ୍କୀ (ସଞ୍ଜୀପ ନାୟକ): କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ନିକଟ ମହାନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କରବର ଗାଁର କବି ବେହେରା।

ଦୁଇ ଦିନ ତଳେ କବି ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ବାଙ୍କୀ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନଦୀରେ ବହୁ ଖୋଜାଖୋଜି କରିଥିଲା। କିନ୍ତୁ କବିଙ୍କର କୌଣସି ସନ୍ଧାନ ମିଳି ନଥିଲା।

ଆଜି ସକାଳେ ଗାଁଲୋକେ ନଦୀରେ କବିଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ସେମାନେ ବାଙ୍କୀ ପୁଲିସକୁ ଖବର ଦେଇଥିଲେ। ବାଙ୍କୀ ପୁଲିସ୍ ଓ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି।

Related story