ନିଖୋଜ ଥିଲେ ବୃଦ୍ଧା ; ଜଙ୍ଗଲରୁ ମିଳିଲା ମୃତଦେହ

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଗାଁର ଜଣେ ବୃଦ୍ଧାଙ୍କୁ ଏକ ଭାଲୁ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧାଙ୍କ ନାଁ ଗୋରୀ ଅମନାତ୍ୟ (୭୦)। ଗତ ଦୁଇ ଦିନ ତଳୁ ଗୋରୀ ନିଖୋଜ ଥିଲେ। ସେହିଦିନ ଠାରୁ ତାଙ୍କ ପରିବାର ଓ ଗାଁଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ।  ହେଲେ ଆଜି ଗାଁର କିଛି ଯୁବକ ଗୋରୀଙ୍କୁ ଖୋଜିବାକୁ ନିକଟସ୍ଥ ଶାଳ ଜଙ୍ଗଲକୁ ଯାଇଥିଲେ। ସେଠାରେ ଗୋଟିଏ ଗଛ ମୂଳରେ ଗୋରୀର ମୃତଦେହ […]

nabarangpur

Jyoshna Pradhan
  • Published: Thursday, 09 January 2020
  • , Updated: 09 January 2020, 02:57 PM IST

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଗାଁର ଜଣେ ବୃଦ୍ଧାଙ୍କୁ ଏକ ଭାଲୁ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ମୃତ ବୃଦ୍ଧାଙ୍କ ନାଁ ଗୋରୀ ଅମନାତ୍ୟ (୭୦)।

ଗତ ଦୁଇ ଦିନ ତଳୁ ଗୋରୀ ନିଖୋଜ ଥିଲେ। ସେହିଦିନ ଠାରୁ ତାଙ୍କ ପରିବାର ଓ ଗାଁଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ।  ହେଲେ ଆଜି ଗାଁର କିଛି ଯୁବକ ଗୋରୀଙ୍କୁ ଖୋଜିବାକୁ ନିକଟସ୍ଥ ଶାଳ ଜଙ୍ଗଲକୁ ଯାଇଥିଲେ। ସେଠାରେ ଗୋଟିଏ ଗଛ ମୂଳରେ ଗୋରୀର ମୃତଦେହ ଦେଖିଥିଲେ। ଆଉ ମୃତ ଶରୀର ପାଖରେ ମା’ ଭାଲୁ ସହ ଦୁଇ ଛୁଆ ଭାଲୁ ଥିବାରୁ  ମୃତଦେହ ଉଦ୍ଧାର କରି ନପାରି ବନ ବିଭାଗକୁ ଖବର ଦେଇଥିଲେ।  ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ସହ ନବରଙ୍ଗପୁର ଏସ୍‌ପି ନିତିନ କୁଶଳକର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ଏଥିସହ ବନ ବିଭାଗ ତୁରନ୍ତ ଏକ ସ୍କ୍ୱାର୍ଡ ଗଠନ କରି ଭାଲୁ ଘୋଉଡ଼ାଇବା ସହ ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା।  ତେବେ ସ୍କ୍ୱାର୍ଡ ଟିମ୍‌ ବାଣ ଓ ନିଆଁ ହୁଳା ନେଇ ଜଙ୍ଗଲକୁ ଯାଇଥିଲେ। ବାଣ ଓ ନିଆଁ ହୁଳା ଦେଖି  ଭାଲୁ  ମୃତଦେହକୁ ଛାଡ଼ି ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ଏହାପରେ  ବନ ବିଭାଗ କର୍ମଚାରୀ ମୃତଦେହ ଉଦ୍ଧାର କରିଥିଲେ । ତୁରନ୍ତ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ  ଦୁଇ ହଜାର ଟଙ୍କା  ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସରକାରଙ୍କ ଯାହା ନିୟମ ରହିଛି  ତାହା ପ୍ରଦାନ କରାଯିବ ବୋଲି  ରେଞ୍ଜର ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।

Related story