୨୪ ଘଣ୍ଟା ପରେ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ

ପୁରୀ(ଓଡ଼ିଶା ରିପୋର୍ଟର) ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ପର୍ଯ୍ୟଟକଙ୍କ ଭାସିଯିବା ଘଟଣାର ୨୪ ଘଣ୍ଟା ପରେ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ। ବ୍ଲୁ ଫ୍ଲାଗ୍ ବି‌ଚ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ହେଲେ ୧୬ ବର୍ଷୀୟ ତାନିସ୍କ ବିନୟ। ଝାଡ଼ଖଣ୍ଡର ରାଞ୍ଚିର ଅଶୋକ ନଗରରେ ତାଙ୍କ ଘର। ଗତକାଲି ଦିନ ୧୨ଟା ବେଳେ ବ୍ଲୁ ଫ୍ଲାଗ୍ ବିଚ୍‌ର ବଥିଂ ଜୋନ୍‌ରେ ସେ ତାଙ୍କ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ ବିନୟ। […]

asembly-1

Tapas Behera
  • Published: Wednesday, 28 October 2020
  • , Updated: 28 October 2020, 04:11 PM IST

ପୁରୀ(ଓଡ଼ିଶା ରିପୋର୍ଟର) ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ପର୍ଯ୍ୟଟକଙ୍କ ଭାସିଯିବା ଘଟଣାର ୨୪ ଘଣ୍ଟା ପରେ ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ। ବ୍ଲୁ ଫ୍ଲାଗ୍ ବି‌ଚ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ପର୍ଯ୍ୟଟକ ହେଲେ ୧୬ ବର୍ଷୀୟ ତାନିସ୍କ ବିନୟ। ଝାଡ଼ଖଣ୍ଡର ରାଞ୍ଚିର ଅଶୋକ ନଗରରେ ତାଙ୍କ ଘର।

ଗତକାଲି ଦିନ ୧୨ଟା ବେଳେ ବ୍ଲୁ ଫ୍ଲାଗ୍ ବିଚ୍‌ର ବଥିଂ ଜୋନ୍‌ରେ ସେ ତାଙ୍କ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ ବିନୟ। ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

Related story