୧୦ ବର୍ଷ ପରେ ସ୍ତ୍ରୀଙ୍କୁ ପାଇଲେ ସ୍ୱାମୀ

ପୁରୀ (ଓଡ଼ିଶା ରିପୋର୍ଟର): ଗୋଟିଏ ଦି ଦୁଇ ବର୍ଷ ନୁହେଁ। ଏକାଥରେକ ଦଶନ୍ଧି ଅର୍ଥାତ୍ ୧୦ ବର୍ଷ ପରେ ପୁଅ ତା’ର ହଜିଲା ମାଆକୁ ଫେରିଯାଇଛି ଏବଂ ସ୍ୱାମୀ ମଧ୍ୟ ପାଇଛି ତା’ର ଜୀବନସାଥୀକୁ। ଏମିତି ଏକ ଚତ୍ମକାର ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ର ପୁରୀରେ। ଯେଉଁଠାରେ ୧୦ ବର୍ଷ ତଳେ ପଶ୍ଚିମବଙ୍ଗରୁ ନିଖୋଜ ଥିବା ତାରା ଭଗତଙ୍କର ମିଳନ ତାଙ୍କର ପୂରା ପରିବାର ସହ ହୋଇଛି। ୨୦୧୦ରୁ ତାରା ଭଗତ ପଶ୍ଚିମବଙ୍ଗ ବୋଲପୁରର ନିଖୋଜ ଥିଲେ। […]

tara

Ranjit Kumar Jena
  • Published: Friday, 06 November 2020
  • , Updated: 06 November 2020, 02:29 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଗୋଟିଏ ଦି ଦୁଇ ବର୍ଷ ନୁହେଁ। ଏକାଥରେକ ଦଶନ୍ଧି ଅର୍ଥାତ୍ ୧୦ ବର୍ଷ ପରେ ପୁଅ ତା'ର ହଜିଲା ମାଆକୁ ଫେରିଯାଇଛି ଏବଂ ସ୍ୱାମୀ ମଧ୍ୟ ପାଇଛି ତା'ର ଜୀବନସାଥୀକୁ। ଏମିତି ଏକ ଚତ୍ମକାର ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀକ୍ଷେତ୍ର ପୁରୀରେ। ଯେଉଁଠାରେ ୧୦ ବର୍ଷ ତଳେ ପଶ୍ଚିମବଙ୍ଗରୁ ନିଖୋଜ ଥିବା ତାରା ଭଗତଙ୍କର ମିଳନ ତାଙ୍କର ପୂରା ପରିବାର ସହ ହୋଇଛି।

୨୦୧୦ରୁ ତାରା ଭଗତ ପଶ୍ଚିମବଙ୍ଗ ବୋଲପୁରର ନିଖୋଜ ଥିଲେ। କୌଣସି ଜଣେ ବ୍ୟକ୍ତିଙ୍କ କଥାରେ ସେ ଘର ଛାଡ଼ି ଟ୍ରେନରେ ପୁରୀ ଚାଲିଆସିଥିଲେ। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ଘର ଛାଡ଼ି ପୁରୀକୁ ପଳାଇ ଆସିଥିବା ତାରା ଏଠାରେ ଦିନରେ ମନ୍ଦିର ଓ ରାତିରେ ବଡ଼ ଦାଣ୍ଡରେ ଦିନ କାଟୁଥିଲେ। ଏପରିକି ୟା ତା ଘରେ କିଛି ଦିନ ରହିବା ପରେ ଶେଷରେ ତାଙ୍କୁ ଏକ ବୃଦ୍ଧାଶ୍ରମରେ ଆଶ୍ରୟ ମିଳିଥିଲା। ହେଲେ ତାରାଙ୍କ ସମ୍ପର୍କରେ ଖୋଜଖବର ନେବାକୁ ଚେଷ୍ଟା କରିଥିଲେ ଜରା ନିବାସ କର୍ତ୍ତୃପକ୍ଷ।

'ହୋପ୍ ଇଜ୍ ଲାଇଫ୍' ଜରାନିବାସ ଏହି ସଂସ୍ଥା ତାରାଙ୍କ ପରିଚୟ ଜାଣିବା ପରେ ସୋଶାଲ୍ ପ୍ଲାଟଫର୍ମରେ କ୍ୟାମ୍ପେନ୍ ଆରମ୍ଭ କରିଥିଲା। ଏହି କ୍ୟାମ୍ପେନ୍ ହିଁ ତାରାଙ୍କୁ ତାଙ୍କ ପରିବାର ସହ ମିଳନ କରାଇଥିଲା। ପୁରୀରେ ଶ୍ରୀଜଗନ୍ନାଥଙ୍କ ପାଖରେ ମାଆ ଥିବା ଖବର ଜାଣିବା ପରେ ପୁଅ ଓ ପୂରା ପରିବାର ଦୌଡ଼ି ଆସିଲେ ତାରାଙ୍କ ପାଖକୁ। ଯେଉଁଠାରେ ଏକ ଜରା ନିବାସରେ ଦିନ କାଟୁଥିବା ତାରାଙ୍କୁ ତାଙ୍କ ପରିବାର ମିଳିଥିଲା। ଏବେ ଏହି ପରିବାରର ଖୁସି କହିଲେ ନ ସରେ।

ସ୍ତ୍ରୀକୁ ପାଇବା ପରେ ସ୍ୱାମୀ ଶଙ୍କର ଭଗତ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି। ସେ କହିଛନ୍ତି, ଆଜି ଯେଉଁ ମିଳନ ହୋଇଛି, ସେ ସମ୍ବନ୍ଧରେ ମୁଁ ବର୍ଣ୍ଣନା କରିପାରିବି ନାହିଁ। ପ୍ରତିଟି ମୁହୂର୍ତ୍ତରେ ତାଙ୍କ (ତାରା) କଥା ମୋର ମନେ ପଡ଼େ। ତାରାଙ୍କ ପୁଅ ଦେବାଶିଷ ଭଗତ କହିଛନ୍ତି, ମୋ ମାଆ କିପରି ମିଳିବେ, ସେଥିଲାଗି ଆମେ ଘରେ ବହୁତ ପୂଜାପାଠ କରିଥିଲୁ। ମାଆ ମୋର ବଞ୍ଚିଛି କି ନାହିଁ, ସେ ଆଶା ଛାଡ଼ି ଦେଇଥିଲୁ। କିନ୍ତୁ ମନରେ ଏତିକି ବିଶ୍ୱାସ ଥିଲା ଯେ ଦିନେ ନା ଦିନେ ମାଆ ନିଶ୍ଚୟ ମିଳିବେ। ଶେଷରେ ଭଗବାନଙ୍କ କୃପାରୁ ମୋ ମାଆ ମିଳିଯାଇଛନ୍ତି।

Related story