ନିମ ଗଛରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ

ଜଗତସିଂହପୁର (ଦୀପକ ମହାନ୍ତି): ସେମାନେ ପରସ୍ପରକୁ ବହୁ ଭଲ ପାଉଥିଲେ। ଜଣକୁ ଛାଡ଼ି ଅନ୍ୟ ଜଣେ ରହିପାରୁ ନଥିଲେ। କ’ଣ ହେଲା କେଜାଣି ଆଜି ଦୁଇ ଜଣ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁର ଗାଁର ଜଣେ ଯୁବକ କିଆମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତକାଲିଠାରୁ ସେମାନେ […]

hanging

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 04:28 PM IST

ଜଗତସିଂହପୁର (ଦୀପକ ମହାନ୍ତି): ସେମାନେ ପରସ୍ପରକୁ ବହୁ ଭଲ ପାଉଥିଲେ। ଜଣକୁ ଛାଡ଼ି ଅନ୍ୟ ଜଣେ ରହିପାରୁ ନଥିଲେ। କ’ଣ ହେଲା କେଜାଣି ଆଜି ଦୁଇ ଜଣ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁର ଗାଁର ଜଣେ ଯୁବକ କିଆମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତକାଲିଠାରୁ ସେମାନେ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ ହେଁ ପାଇନଥିଲେ। ଆଜି ସକାଳେ ରାମତରା ଗାଁର ପୋଲ ପାଖରେ ଥିବା ଏକ ନିମ୍ୱ ଗଛରେ ଉଭୟଙ୍କୁ ଝୁଲନ୍ତା ଅବସ୍ଥା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ସେମାନେ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ।

Related story