ପୂର୍ବତନ ବିଧାୟକଙ୍କୁ ମିଳିଲାନି ଆଇସିୟୁ, ଚାଲିଗଲା ଜୀବନ!

ବ୍ରହ୍ମପୁର(ଅଶୋକ/ଜଗନ୍ନାଥ): ଆଇସିୟୁ ନମିଳିବାରୁ ଚାଲିଗଲା ଜଣେ ପୂର୍ବତନ ବିଧାୟକଙ୍କ ଜୀବନ! ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ “ମୋ ସରକାର ଓ ୫ଟି” ପରି ଯୋଜନା କାର୍ଯ୍ୟକାରୀ କରାଯାଇଥିବା ରାଜ୍ୟରେ ଏମିତି ଘଟଣା ଘଟିଛି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଦୁଇ ଥର ବିଧାୟକ ଓ ଦୁଇ ଦୁଇ ଥର ବ୍ଲକ୍ ଚେୟାରମ୍ୟାନ୍ ଥିବା ଜଣେ ତୃଣମୂଳସ୍ତରୀୟ ରାଜନୈତିକଙ୍କୁ ଯଦି ଏମିତି ଚିକିତ୍ସା ସେବା ମିଳୁଛି, ତାହା […]

mla-passedaway

mla-passedaway

Manoranjan Sial
  • Published: Friday, 03 January 2020
  • Updated: 03 January 2020, 08:58 PM IST

Sports

Latest News

ବ୍ରହ୍ମପୁର(ଅଶୋକ/ଜଗନ୍ନାଥ): ଆଇସିୟୁ ନମିଳିବାରୁ ଚାଲିଗଲା ଜଣେ ପୂର୍ବତନ ବିଧାୟକଙ୍କ ଜୀବନ! ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ “ମୋ ସରକାର ଓ ୫ଟି” ପରି ଯୋଜନା କାର୍ଯ୍ୟକାରୀ କରାଯାଇଥିବା ରାଜ୍ୟରେ ଏମିତି ଘଟଣା ଘଟିଛି ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଦୁଇ ଥର ବିଧାୟକ ଓ ଦୁଇ ଦୁଇ ଥର ବ୍ଲକ୍ ଚେୟାରମ୍ୟାନ୍ ଥିବା ଜଣେ ତୃଣମୂଳସ୍ତରୀୟ ରାଜନୈତିକଙ୍କୁ ଯଦି ଏମିତି ଚିକିତ୍ସା ସେବା ମିଳୁଛି, ତାହା ହେଲେ ସାଧାରଣ ଲୋକଙ୍କୁ କେମିତି ମିଳୁଥିବ?

ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରା। ଗତକାଲି ରାତିରେ ତାଙ୍କୁ ଶ୍ୱାସକ୍ରିୟାରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଦୈତାରୀଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର। ହେଲେ ମେଡିସିନ୍ ବିଭାଗ ଆଇସିୟୁର ୨୦ଟି ବେଡ୍‌ରୁ କୌଣସି ଗୋଟିଏ ବି ଖାଲି ନଥିବାରୁ ଦୈତାରୀଙ୍କୁ  ଉପଯୁକ୍ତ ଚିକିତ୍ସା ମିଳିନଥିବା ଅଭିଯୋଗ ହୋଇଛି। ଅନ୍ୟ ବିଭାଗରେ ଖାଲି ଥିବା ICUରେ ଭର୍ତ୍ତି କରିବା ପାଇଁ ପରିବାର ଲୋକେ କାକୁତି ମିନତି କରିଥିଲେ ବି କେହି ଶୁଣିନଥିଲେ। ଆଉ ଘଣ୍ଟାଏ ଭିତରେ ଆଖି ବୁଜିଦେଇଥିଲେ ପୂର୍ବତନ ବିଧାୟକ ଦୈତାରୀ ବେହେରା।

୬୦ ଦଶକରୁ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିବା ଦୈତାରୀ ଦୀର୍ଘ ୪୦ ବର୍ଷ ଧରି ଓଡ଼ିଶା ଓ ଗଞ୍ଜାମ ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ସେ ଜଣେ ସୁସଙ୍ଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ହେଲେ ତାଙ୍କ ଭଳି ପୁରୁଖା ନେତା ଓ ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଆଇସିୟୁ ବ୍ୟବସ୍ଥା ହୋଇ ନପାରିବା ଘଟଣାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ତାଙ୍କ ସମର୍ଥକ, ଶୁଭେଚ୍ଛୁ ଓ ସ୍ଥାନୀୟ ରାଜନେତା। ସେପଟେ ICU ଯୋଗାଡ଼ ପୂର୍ବରୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଦୈତାରୀଙ୍କ ଦେହାନ୍ତ ହୋଇଥିବା କହିଛନ୍ତି MKCG ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ ମିଶ୍ର କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହା ଭିତରେ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିବର୍ତ୍ତିତ ହୋଇଥିଲେ ବି MKCGର ମେଡିସିନ୍ ବିଭାଗର ICUର ସଂଖ୍ୟା ମାତ୍ର ୨୦ରେ ସୀମିତ କାହିଁକି? ଜିଲ୍ଲାର ଜଣେ ଜଣାଶୁଣା ରାଜନେତାଙ୍କୁ ଯଦି ସରକାରୀ ହସ୍ପିଟାଲରେ ଉପଯୁକ୍ତ ସେବା ମିଳୁନି। ସାଧାରଣ ଗରିବ ଗୁରୁବାଙ୍କ ଅବସ୍ଥା କଣ ହେଉଥିବ ଭାବିବା କଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos