ଅଭିମାନ କରି ମଞ୍ଚରୁ ଉଠି ଆସିଲେ ବିଧାୟକ ବିଷ୍ଣୁ ସେଠୀ, ପରେ ଆଉ ବୁଝିଲେନି

ଭଦ୍ରକ(ଓଡ଼ିଶା ରିପୋର୍ଟର): ଅଭିମାନ କରି ସଭା ମଞ୍ଚକୁ ଅଧାରୁ ଛାଡି ଚାଲି ଆସିଲେ ବିଧାୟକ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୨ ତମ ଜୟନ୍ତୀ ଅବସରରେ  ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦାଠାରେ କାନ୍ତକବିଙ୍କ ସମାଧିପୀଠର ନବୀକରଣର ଶୁଭାରମ୍ଭ ହୋଇଥିଲା। ହେଲେ ଆୟୋଜିତ ସଭାରେ ମନ୍ତ୍ରୀଙ୍କ ଭାଷଣ ପରେ ଧାମନଗର ନିର୍ବାଚନୀ ମଣ୍ଡଳୀରୁ ବିଜେପି ବିଧାୟକ ବିଷ୍ଣୁ ସେଠୀ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ଚାଲି ଆସିଥିଲେ। ଏହି […]

790-11

Tapas Behera
  • Published: Thursday, 10 December 2020
  • , Updated: 10 December 2020, 05:05 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ଅଭିମାନ କରି ସଭା ମଞ୍ଚକୁ ଅଧାରୁ ଛାଡି ଚାଲି ଆସିଲେ ବିଧାୟକ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୨ ତମ ଜୟନ୍ତୀ ଅବସରରେ  ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଦାଠାରେ କାନ୍ତକବିଙ୍କ ସମାଧିପୀଠର ନବୀକରଣର ଶୁଭାରମ୍ଭ ହୋଇଥିଲା। ହେଲେ ଆୟୋଜିତ ସଭାରେ ମନ୍ତ୍ରୀଙ୍କ ଭାଷଣ ପରେ ଧାମନଗର ନିର୍ବାଚନୀ ମଣ୍ଡଳୀରୁ ବିଜେପି ବିଧାୟକ ବିଷ୍ଣୁ ସେଠୀ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ଚାଲି ଆସିଥିଲେ।

ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ, ଭଣ୍ଡାରିପୋଖରୀ ବିଧାୟକ , ଚାନ୍ଦବାଲି ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସଭାରେ ମନ୍ତ୍ରୀଙ୍କ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଭାଷଣ ଦେଇଥିଲେ। ମାତ୍ର ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଭାଷଣ ଦେବା ପାଇଁ ବିଳମ୍ବ ହୋଇଥିବାରୁ ବିଷ୍ଣୁ ସେଠୀ ମଞ୍ଚରୁ ଉଠି ପଳାଇ ଆସିଥିଲେ । ସଭାର ସଭାପତିତ୍ୱ କରୁଥିବା ଓ କାନ୍ତକବିଙ୍କ ସମ୍ପର୍କୀୟ ବିଷ୍ଣୁ ସେଠୀଙ୍କୁ ଅଟକାଇବା ବେଳେ ସେ ଅରାଜି ହୋଇ ପଳାଇ ଆସିଥିଲେ। ସଭାରେ ତାଙ୍କୁ ଯଥୋଚିତ ସମ୍ମାନ ଦିଆଯାଇନଥିବା ବିଧାୟକଙ୍କ ଅଭିମାନରୁ ଜଣା ପଡୁଥିଲା। ତାଙ୍କୁ କାନ୍ତକବିଙ୍କ ସମ୍ପର୍କୀୟ ବୁଝାଇବାକୁ ଉଦ୍ୟମ କରିଥିଲେ। ହେଲେ ବିଧାୟକ କିଛି କହି ସେଠାରୁ ଚାଲି ଆସିଥିଲେ।

ବିଧାୟକ କହିଛନ୍ତି ଯେ, ମନ୍ତ୍ରୀ ଭାଷଣ ଦେବା ପରେ ସ୍ଥାନୀୟ ବିଧାୟକ ହିସାବରେ ମୁଁ ଭାଷଣ ଦେବା ଉଚିତ୍ । କିନ୍ତୁ ମୋ ପ୍ରତି ଏହିପରି ବ୍ୟବହାର ଠିକ୍ ନୁହେଁ। ମୁଁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ହୃଦୟରୁ ଭଲ ପାଏ, ସେଥିପାଇଁ କାର୍ଯ୍ୟକ୍ରମକୁ ଆସିଥିଲି ବୋଲି ବିଧାୟକ କହିଛନ୍ତି।

Related story