ଜିଲ୍ଲା ପରିଷଦ ସଭ୍ୟାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, କହିଲେ ଗେଟ୍‌ ଆଉଟ୍‌

ଭଦ୍ରକ (ଓଡ଼ିଶା ରିପୋର୍ଟର): ଜିଲ୍ଲା ପରିଷଦ ବୈଠକରେ ବିଜେଡି ବିଧାୟକ ଓ ବିଜେପି ଜିଲ୍ଲା ପରିଷଦ ସଭ୍ୟା ମୁହାଁମୁହିଁ । ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ପରେ ବୈଠକ ବର୍ଜନ କଲେ ତିନି ବିଜେପି ଜିଲ୍ଲା ପରିଷଦ ସଭ୍ୟ। ଆଜି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏପରିକି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ […]

45

Tapas Behera
  • Published: Wednesday, 30 January 2019
  • , Updated: 30 January 2019, 07:12 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର): ଜିଲ୍ଲା ପରିଷଦ ବୈଠକରେ ବିଜେଡି ବିଧାୟକ ଓ ବିଜେପି ଜିଲ୍ଲା ପରିଷଦ ସଭ୍ୟା ମୁହାଁମୁହିଁ । ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ପରେ ବୈଠକ ବର୍ଜନ କଲେ ତିନି ବିଜେପି ଜିଲ୍ଲା ପରିଷଦ ସଭ୍ୟ। ଆଜି ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ବୈଠକ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଏପରିକି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ତାଙ୍କୁ 'ଗେଟ୍ ଆଉଟ' ବୋଲି କହିବା ସହ ବୈଠକରୁ ବାହାରି ଯିବାକୁ କହିଥିଲେ ବୋଲି ଅଭିଯୋଗ କରିଛନ୍ତି ଧୁଷୁରୀ ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସ୍ୱାଇଁ।

ସେପଟେ ଦୁଇ ବିଜେଡି ବିଧାୟକ ଏ ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ସଂପୃକ୍ତ ଜିଲ୍ଲା ପରିଷଦ ସଭ୍ୟା ଜିଲ୍ଲାପାଳଙ୍କୁ ଅପମାନିତ କରିଥିବାରୁ ଘଟଣାକୁ ସେ ନିନ୍ଦା କରିଥିବା କହିଛନ୍ତି ବ୍ୟୋମକେଶ।

Related story