ଜେଇଙ୍କ ପରିବାରକୁ ଧମକାଉଛନ୍ତି ବିଧାୟକ ସରୋଜ ମେହେରଙ୍କ ସମର୍ଥକ!

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୂର୍ତ୍ତବିଭାଗ ଜେଇଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ଜେଲ୍‌ରେ ଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଜେଇଙ୍କ ପରିବାରକୁ ତାଙ୍କ ସମର୍ଥକମାନେ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି ସରୋଜ ମେହେରଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବାକୁ ଥିବା ବେଳେ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହସଂ ଏହି ଅଭିଯୋଗ କରିଛନ୍ତି। ତେବେ ଏନେଇ ବିଧାୟକ କିମ୍ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ। […]

saroj

Jitendra Garnayak
  • Published: Sunday, 30 June 2019
  • , Updated: 30 June 2019, 02:59 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୂର୍ତ୍ତବିଭାଗ ଜେଇଙ୍କୁ ଉଠ୍‌ବସ୍‌ କରିବା ଘଟଣାରେ ଜେଲ୍‌ରେ ଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଜେଇଙ୍କ ପରିବାରକୁ ତାଙ୍କ ସମର୍ଥକମାନେ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଆସନ୍ତାକାଲି ସରୋଜ ମେହେରଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବାକୁ ଥିବା ବେଳେ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହସଂ ଏହି ଅଭିଯୋଗ କରିଛନ୍ତି। ତେବେ ଏନେଇ ବିଧାୟକ କିମ୍ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ଅନ୍ୟପକ୍ଷରେ ଏହି ମାମଲା ଭୁବନେଶ୍ୱର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ୍‌ ସେସନ୍ସ କୋର୍ଟକୁ ସ୍ଥାନାନ୍ତର ହୋଇଯାଇଛି। ଆସନ୍ତାକାଲି ସେଠାରେ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ହେବ।

ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ଶୁଣାଣି କରିବା ପାଇଁ ଭୁବନେଶ୍ୱରରେ ସ୍ପେଶିଆଲ ଜଜ୍ ନିଯୁକ୍ତ କରାଯାଇଛି। ତେଣୁ ପାଟଣାଗଡ଼ ବିଧାୟକଙ୍କ ଜାମିନ ଆବେଦନର ଶୁଣାଣି ମଧ୍ୟ ଭୁବନେଶ୍ୱର କୋର୍ଟରେ ହେବ।

ଆସନ୍ତାକାଲି ଶୁଣାଶି ବେଳେ ଭୁବନେଶ୍ୱର କୋର୍ଟରେ ଉପସ୍ଥିତ ରହିବା ପାଇଁ ପାଟଣାଗଡ଼ ଏଡିଜେ କୋର୍ଟ ବିଧାୟକ ସରୋଜ ମେହେର, ଯନ୍ତ୍ରୀ ଜୟକାନ୍ତ ଶବର, ତାଙ୍କ ପତ୍ନୀ ପ୍ରବୀଣା ରାଜହଂସ, ପାଟଣାଗଡ଼ ଏସ୍‌ଡିପିଓ ଏବଂ ପାଟଣାଗଡ଼ ଏଡିଜେ କୋର୍ଟର ସରକାରୀ ଓକିଲଙ୍କୁ ନୋଟିସ୍‌ କରିଛନ୍ତି।

ଗତ ୫ ତାରିଖରେ ବେଲପଡ଼ା ବ୍ଳକ୍‌ ଗମ୍ଭାରୀ ଗାଁରେ ଏକ ନିମ୍ନମାନର ରାସ୍ତାକାମକୁ ନେଇ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କ ଜୟକାନ୍ତ ଶବରଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠ୍‌ବସ୍ କରାଇଥିଲେ। ଏନେଇ ତାଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ। ସେ ଏତଲା ଦେବାର ୧୯ ଦିନ ପରେ ଗତ ୨୪ ତାରିଖରେ ପାଟଣାଗଡ଼ ଥାନା ପୁଲିସ୍ ବିଧାୟକଙ୍କୁ ଗିରଫ କରିଥିଲା।

Related story