ସୁନାମି ଆସିଲେ କ’ଣ କରିବାକୁ ହେବ?

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସୁନାମି ମୁକାବିଲା ପାଇଁ ମକଡ୍ରିଲ୍। ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ଭର୍ଚୁଆଲ୍ ମକ୍‌ଡ୍ରିଲ୍‌ର ଆୟୋଜନ ହୋଇଛି। ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ଭର୍ଚୁଆଲ୍ ମକଡ୍ରିଲ୍‌ କରାଯାଇଛି। ମକଡ୍ରିଲ୍ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଏହି ମକଡ୍ରିଲ୍‌ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲା ସାମିଲ୍ ହୋଇଥିଲେ। ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ସରପଞ୍ଚ ସାମିଲ୍ ହୋଇଥିଲେ। ସୁନାମି ସଂପର୍କିତ ତଥ୍ୟ ଗାଁରେ […]

Tsunami-Warning

Tsunami-Warning

Tapas Behera
  • Published: Tuesday, 13 October 2020
  • Updated: 13 October 2020, 07:20 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସୁନାମି ମୁକାବିଲା ପାଇଁ ମକଡ୍ରିଲ୍। ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ଭର୍ଚୁଆଲ୍ ମକ୍‌ଡ୍ରିଲ୍‌ର ଆୟୋଜନ ହୋଇଛି। ପୂର୍ବ ଉପକୂଳ ଓ ଆଣ୍ଡାମାନ ସାଗରରେ ଭର୍ଚୁଆଲ୍ ମକଡ୍ରିଲ୍‌ କରାଯାଇଛି। ମକଡ୍ରିଲ୍ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା।

ଏହି ମକଡ୍ରିଲ୍‌ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲା ସାମିଲ୍ ହୋଇଥିଲେ। ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ସରପଞ୍ଚ ସାମିଲ୍ ହୋଇଥିଲେ। ସୁନାମି ସଂପର୍କିତ ତଥ୍ୟ ଗାଁରେ କିପରି ଶୀଘ୍ର ପହଞ୍ଚିବ ସେନେଇ ଗୁରୁତ୍ୱ ଦିଆଯାଇଥିଲା।

ଏ ନେଇ SRC କହିଛନ୍ତି ଯେ, ଯଦି ଆଗକୁ ସୁନାମିର ପରିସ୍ଥିତି ଆସେ, ସେହି ସୂଚନା କେତେ ଜଲଦି ଗାଁ ସ୍ତରକୁ ପହଞ୍ଚାଇଯାଇପାରିବ ଏନେଇ ମକଡ୍ରିଲ୍ କରାଯାଇଥିଲା। ଏଥିରେ ସମୁଦ୍ରକୂଳବର୍ତ୍ତୀ ୬ ଜିଲ୍ଲାର ଜିଲ୍ଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ସରପଞ୍ଚ ସାମିଲ୍ ହୋଇଥିଲେ। ସମୁଦ୍ର ଉପକୂଳରେ ଥିବା ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ଲାଗି ସାଇରନ୍ ବଜାଯାଇଥିଲା ଓ ଭଏସ୍ ମେସେଜ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos