ବିଜେପି-ବିଜେଡି ସଲାସୁତରା : ନବୀନଙ୍କୁ ଫୋନ୍ କଲେ ମୋଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ବିଜେଡି ଓ ବିଜେପି ମଧ୍ୟରେ ଦୂରତ୍ୱ କମିଛି। ଗତ ମାସକ ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ଗୋଟିଏ ସିଟ୍ ବିଜେପି ପ୍ରାର୍ଥୀଙ୍କ ପାଇଁ ଛାଡ଼ିଥିବା ବିଜେଡି ଏବେ ଆରଟିଆଇ ବିଲ୍ ସଂଶୋଧନ କ୍ଷେତ୍ରରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିଛି। ବିଜେଡିର ଆଭିମୁଖ୍ୟ ଏବେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ସୁହାଇବା ଭଳି ହୋଇଛି। ସିବିଆଇ ଭୟରେ ବିଭିନ୍ନ ଦୁର୍ନୀତି ମାମଲାରେ ଲିପ୍ତ ବିଜେଡି ପାଇଁ କେନ୍ଦ୍ର ସରକାରଙ୍କ […]

MODI-CALLS-UP-NAVEEN-TO-SEEK-SUPPORT-FOR-RTI-BILL-IN-RAJYA-SABHA

Manoranjan Sial
  • Published: Thursday, 25 July 2019
  • Updated: 25 July 2019, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପରଠୁ ବିଜେଡି ଓ ବିଜେପି ମଧ୍ୟରେ ଦୂରତ୍ୱ କମିଛି। ଗତ ମାସକ ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ଗୋଟିଏ ସିଟ୍ ବିଜେପି ପ୍ରାର୍ଥୀଙ୍କ ପାଇଁ ଛାଡ଼ିଥିବା ବିଜେଡି ଏବେ ଆରଟିଆଇ ବିଲ୍ ସଂଶୋଧନ କ୍ଷେତ୍ରରେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ରାଜ୍ୟସଭାରେ ସମର୍ଥନ କରିଛି। ବିଜେଡିର ଆଭିମୁଖ୍ୟ ଏବେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ସୁହାଇବା ଭଳି ହୋଇଛି। ସିବିଆଇ ଭୟରେ ବିଭିନ୍ନ ଦୁର୍ନୀତି ମାମଲାରେ ଲିପ୍ତ ବିଜେଡି ପାଇଁ କେନ୍ଦ୍ର ସରକାରଙ୍କ ସହ ସାଲିସ୍ ଏକପ୍ରକାର ବାଧ୍ୟବାଧକତା ହୋଇଥିବାବେଳେ ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ମିଶନ୍ ୧୨୦+ କଥା କହୁଥିବା ବିଜେପି ଏବେ ବିଜେଡି କାନ୍ଧରେ ବସି ଓଡ଼ିଶା ରାଜନୀତିରେ ତିଷ୍ଠି ରହିବାର ରଣନୀତିକୁ କାର୍ଯ୍ୟକାରୀ କରୁଥିବା ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ ସୋମବାର ଆରଟିଆଇ ବିଲ୍ ଲୋକସଭାରେ ଗୃହୀତ ହେବାପରେ ଏହାକୁ ରାଜ୍ୟସଭାରେ ସମର୍ଥନ କରିବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ କରିଥିଲେ। ଆଉ ମୋଦିଙ୍କ ଫୋନ୍ କଲ ପାଇବା ପରେ ବିଜେଡି ନିଜର ସାଂସଦମାନଙ୍କୁ ରାଜ୍ୟସଭାରେ ଆରଟିଆଇ ବିଲକୁ ସମର୍ଥନ କରିବା ନିମନ୍ତେ ଅଲିଖିତ ନିର୍ଦ୍ଦେଶ ଦେଇଥିଲା ବୋଲି ଜଣାପଡ଼ିଛି। ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ଗୋଟିଏ ଆସନ ବିଜେପିକୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିଥିଲେ ବୋଲି ନବୀନ ଗଣମାଧ୍ୟମରେ କହିଥିଲେ। ଏବେ ଗୁରୁତ୍ୱପୂର୍ଣ୍ଣ ଆରଟିଆଇ ବିଲରେ ସଂଶୋଧନକୁ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ତୀବ୍ର ବିରୋଧ କରୁଛନ୍ତି। ସୂଚନା କର୍ମୀମାନେ ଏହି ବିଲକୁ ବିରୋଧ କରୁଥିବାରୁ ବିଜେଡି ସାଂସଦମାନେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ବିଲକୁ ବିରୋଧ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫୋନ୍ ଆସିବା ପରେ ବିଜେଡିର ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଛି।

ରାଜ୍ୟସଭାରେ ବିଜେଡିର ନେତା ପ୍ରସନ୍ନ ଆଚାର୍ଯ୍ୟ ବିଲକୁ ସିଧାସଳଖ ସମର୍ଥନ କରୁଥିବା କଥା ନକହି ବୁଲେଇ ବଙ୍କେଇ ମତ ରଖିଛନ୍ତି। ଆଜି ରାଜ୍ୟସଭାରେ ଏହି ବିଲ୍‌ ଆଲୋଚନା ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ, ‘ ବିଲ୍ ପ୍ରସଙ୍ଗରେ ବିଜେଡି ତା’ର ଉଦବେଗକୁ ସରକାରଙ୍କୁ ଅବଗତ କରାଇବ। ଯଦି ସନ୍ତୋଷଜନକ ଉତ୍ତର ମିଳେ, ତା’ହେଲେ ଆମେ ସମର୍ଥନ କଥା ଚିନ୍ତା କରିବୁ।” ରାଜ୍ୟସଭାରେ ବିଜେଡିର ୮ଜଣ ସାଂସଦ ଅଛନ୍ତି । ସେହିପରି ଟିଆରଏସ୍ ଓ ୱାଇଏସଆର କଂଗ୍ରେସ ସହ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ କଥା ହୋଇ ଏହି ବିଲକୁ ରାଜ୍ୟସଭାରେ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଗତକାଲି ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ଚାଲିଥିବାବେଳେ ଦିଲ୍ଲୀରେ ବିଜେଡି ଓ ବିଜେପି ଭାଇଭାଇ ଭଳି କାର୍ଯ୍ୟ କରିଥିଲେ। ରାଜ୍ୟସଭାରେ ପୋକସୋ ସଂଶୋଧନ ବିଲକୁ ଅନେକ ଅଣଏନଡିଏ ଦଳ ବିରୋଧ କରିଥିବାବେଳେ ବିଜେଡି ଖୋଲାଖୋଲି ସମର୍ଥନ ଜଣାଇଥିଲା। ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ ଓ ସସ୍ମିତ ପାତ୍ର ବିଲ୍ ସପକ୍ଷରେ ମତ ରଖି ସରକାରଙ୍କୁ ସମର୍ଥନ ଅଜାଡ଼ି ଦେଇଥିଲେ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ସାଧାରଣ ନିର୍ବାଚନ ପରଠୁ ବିଜେଡି ଓ ବିଜେପି ପରସ୍ପରର ନିକଟତର ହୋଇଛନ୍ତି। ଏହା ମଧ୍ୟ ପରସ୍ପରର ବାଧ୍ୟବାଧକତା। ବିଜେଡି ନିଜର ଦୁର୍ନୀତି ମାମଲା ଗୁଡ଼ିକୁ ଚପାଇବାକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଶରଣାଗତ ହୋଇଥିବାବେଳେ ଓଡ଼ିଶାର ରାଜନୀତିକ ଦୃଶ୍ୟପଟରେ ତିଷ୍ଠି ରହିବା ପାଇଁ ବିଜେପି ମଧ୍ୟ ବିଜେଡି ଉପରେ ନିର୍ଭରଶୀଳ ହୋଇଛି। ବିଜେପି ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନବେଳେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରି ରାଜ୍ୟରେ ନିଜର ସଂଗଠନକୁ ସୁଦୃଢ଼ କରିପାରିଥିବାବେଳେ ଏବେ ଅଚାନକ ଆଭିମୁଖ୍ୟରେ ୟୁ-ଟର୍ଣ୍ଣ ନେଇ ନିଜର ଦଳୀୟ କର୍ମୀଙ୍କୁ ଦ୍ୱନ୍ଦ୍ୱରେ ରଖିଛି। ଯେଉଁଥିପାଇଁ ପାଟକୁରା ନିର୍ବାଚନରେ ବିଜେପି ସୁବିଧାଜନକ ସ୍ଥିତିରେ ଥାଇ ବି ନିଜର ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିମନ୍ତେ ଜୋରଦାର ଢଙ୍ଗରେ ଲଢ଼ିବାକୁ ଆଗ୍ରହ ଦେଖାଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story