ପାଇକ ବିଦ୍ରୋହର ସହିଦଙ୍କୁ ମନେ ପକାଇଲେ ମୋଦି, ଦାୟାଦଙ୍କୁ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ପାଇକ ବିଦ୍ରୋହରେ ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିଜନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମୋଟ ୧୬ ଜଣ ସହିଦଙ୍କ ଦାୟାଦଙ୍କୁ ସେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବକ୍ସି ଜଗବନ୍ଧୁଙ୍କ ଦାୟାଦ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଝିଆରୀ ଉପାସନା, ଖୋର୍ଦ୍ଧା ତାପଙ୍ଗଗଡ଼ର ସାମନ୍ତ ମାଧବଚନ୍ଦ୍ର ରାଉତରାୟଙ୍କ ଦାୟାଦ ବିଚିତ୍ରାନନ୍ଦ ରାଉତ ରାୟ, ଲକ୍ଷ୍ମଣ ନାୟକ, ପୁରୀର ଚନ୍ଦନ ହଜୁରୀ ଚାଖୀ ଖୁଣ୍ଟିଆ, ଖୋର୍ଦ୍ଧାର ପିଣ୍ଡିକେ ବାହୁବଳେନ୍ଦ୍ର ଓ ବାଣପୁରର ଦୀନବନ୍ଧୁ […]

11

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 09:36 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ପାଇକ ବିଦ୍ରୋହରେ ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିଜନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ମୋଟ ୧୬ ଜଣ ସହିଦଙ୍କ ଦାୟାଦଙ୍କୁ ସେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବକ୍ସି ଜଗବନ୍ଧୁଙ୍କ ଦାୟାଦ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଝିଆରୀ ଉପାସନା, ଖୋର୍ଦ୍ଧା ତାପଙ୍ଗଗଡ଼ର ସାମନ୍ତ ମାଧବଚନ୍ଦ୍ର ରାଉତରାୟଙ୍କ ଦାୟାଦ ବିଚିତ୍ରାନନ୍ଦ ରାଉତ ରାୟ, ଲକ୍ଷ୍ମଣ ନାୟକ, ପୁରୀର ଚନ୍ଦନ ହଜୁରୀ ଚାଖୀ ଖୁଣ୍ଟିଆ, ଖୋର୍ଦ୍ଧାର ପିଣ୍ଡିକେ ବାହୁବଳେନ୍ଦ୍ର ଓ ବାଣପୁରର ଦୀନବନ୍ଧୁ ସାମନ୍ତରାୟ ମହାପାତ୍ରଙ୍କ ଦାୟାଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏହି ଅବସରରେ ସେ କହିଥିଲେ, ‘ପାଇକ ବିଦ୍ରୋହର ସହିଦଙ୍କ ପରିବାର ଲୋକଙ୍କ ଗହଣରେ ମୁଁ ନିଜକୁ ସୌଭାଗ୍ୟ ମନେ କରୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଭାରତର ସ୍ୱାଧୀନତା ସଂଗ୍ରାମ କିଛି ବ୍ୟକ୍ତି ଓ ପରିବାର ମଧ୍ୟରେ ସୀମିତ ହୋଇ ରହିଯାଇଛି।’

ସମାରୋହରେ ରାଜ୍ୟପାଳ ଏସ୍‌ସି ଜମିର, ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର ସଭାପତି ତଥା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।

Related story