ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜଧାନୀରେ ପୋଷ୍ଟର ୱାର

ବାଲେଶ୍ୱର: ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜଧାନୀରେ ଦେଖାଦେଇଛି ପୋଷ୍ଟର ୱାର। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ରାଜଧାନୀର ସମସ୍ତ ମୁଖ୍ୟ ରାସ୍ତା କଡ଼ରେ ବିଜେପି ପକ୍ଷରୁ ମୋଦିଙ୍କ ଫଟୋ ଥିବା ବଡ ବଡ ପୋଷ୍ଟର ମରାଯାଇଛି। ତେବେ ଏଥିରେ ବିଜେଡି ବି ପଛରେ ପଡିନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ପୋଷ୍ଟର ରାସ୍ତା କଡରେ ଲଗାଇଛି। ପାରାଦ୍ୱୀପରେ ଆଇଓଏସ୍‌ଏଲ୍‌ର ଲୋକାର୍ପଣ ଉତ୍ସବରେ ଯୋଗ ଦେବାକୁ ଥିବା ବେଳେ ବିଜେଡି ପୋଷ୍ଟରରେ ପାରାଦ୍ୱୀପରେ ଶିଳ୍ପର ବିକାଶ କଥା […]

poster1

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 03:43 PM IST

ବାଲେଶ୍ୱର: ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜଧାନୀରେ ଦେଖାଦେଇଛି ପୋଷ୍ଟର ୱାର। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ରାଜଧାନୀର ସମସ୍ତ ମୁଖ୍ୟ ରାସ୍ତା କଡ଼ରେ ବିଜେପି ପକ୍ଷରୁ ମୋଦିଙ୍କ ଫଟୋ ଥିବା ବଡ ବଡ ପୋଷ୍ଟର ମରାଯାଇଛି। ତେବେ ଏଥିରେ ବିଜେଡି ବି ପଛରେ ପଡିନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ପୋଷ୍ଟର ରାସ୍ତା କଡରେ ଲଗାଇଛି। ପାରାଦ୍ୱୀପରେ ଆଇଓଏସ୍‌ଏଲ୍‌ର ଲୋକାର୍ପଣ ଉତ୍ସବରେ ଯୋଗ ଦେବାକୁ ଥିବା ବେଳେ ବିଜେଡି ପୋଷ୍ଟରରେ ପାରାଦ୍ୱୀପରେ ଶିଳ୍ପର ବିକାଶ କଥା ରହିଛି। ଏୟାରପୋର୍ଟ, ଏଜି ଛକ ରାସ୍ତା, ରୂପାଲି ଛକ ଓ ପାନ୍ଥ ନିବାସ ଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାସ୍ତା କଡରେ ଶୋଭା ପାଉଥିବା ଉଭୟ ଦଳର ଶହ ଶହ ପୋଷ୍ଟର ଓ କଟଆଉଟ୍ ଦେଖିଲେ ମୋଦିଙ୍କ ଗସ୍ତ ପୂର୍ବରୁ ବିଜେପି ଓ ବିଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ ଚାଲିଥିବା ସ୍ପଷ୍ଟ ବାରି ହୋଇପଡୁଛି।

Related story