ଝିଅକୁ ଅସଦାଚରଣ ଯୋଗୁଁ ଖୋଜି ଖୋଜି ଅଭିଯୁକ୍ତର ମୁଣ୍ଡକୁ ପଥରରେ ଛେଚିଲେ ମା’

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ନାବାଳିକାକୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଅସଦାଚରଣରେ ଶିକାର ହୋଇଥିବା ୧୧ ବର୍ଷୀୟ ନାବାଳିକା ମା’ର ମାଡ଼ରେ ଗୁରୁତର ହେଲେ ଅଭିଯୁକ୍ତ। ଘଟଣା ଘଟିଛି ଏମିତି। ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଧୀନରେ ଥିବା ରେଲୱେ କଲୋନୀର ଏକ ଘରେ ସମ୍ପୃକ୍ତ ନାବାଳିକା ତା’ର ଅନ୍ୟ ଜଣେ ସାନ ଭଉଣୀ ସହ ଘରେ ଥିଲେ। ମଙ୍ଗଳବାର ଉକ୍ତ ଅଂଚଳର ଜଣେ ଯୁବକ ଘରକୁ ପଶି ଆସି ଉକ୍ତ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଅସଦାଚରଣ କରିଥିଲା […]

ccc

Niharika Rout
  • Published: Wednesday, 04 September 2019
  • , Updated: 04 September 2019, 05:55 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ନାବାଳିକାକୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା। ଅସଦାଚରଣରେ ଶିକାର ହୋଇଥିବା ୧୧ ବର୍ଷୀୟ ନାବାଳିକା ମା’ର ମାଡ଼ରେ ଗୁରୁତର ହେଲେ ଅଭିଯୁକ୍ତ।

ଘଟଣା ଘଟିଛି ଏମିତି। ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଧୀନରେ ଥିବା ରେଲୱେ କଲୋନୀର ଏକ ଘରେ ସମ୍ପୃକ୍ତ ନାବାଳିକା ତା’ର ଅନ୍ୟ ଜଣେ ସାନ ଭଉଣୀ ସହ ଘରେ ଥିଲେ। ମଙ୍ଗଳବାର ଉକ୍ତ ଅଂଚଳର ଜଣେ ଯୁବକ ଘରକୁ ପଶି ଆସି ଉକ୍ତ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ଅସଦାଚରଣ କରିଥିଲା । ନାବାଳିକା ଦୁଇଜଣ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଜମା ହୋଇ ଯାଇଥିଲେ। ତେବେ ଯୁବକ ଜଣକ ଫେରାର ହୋଇଯାଇଥିଲା । ନାବାଳିକାର ମା’ ଫେରି ଘଟଣା ଶୁଣି ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ।

ଉକ୍ତ ଯୁବକକୁ ଖୋଜି ମାଲଗୋଦାମ ଅଞ୍ଚଳରେ ପାଇବା ପରେ ତା’ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ। ଯୁବକଟି ସେଇଠି ସଂଜ୍ଞାହୀନ ଅବସ୍ଥାରେ ପଡ଼ିଯାଇଥିଲା। ଲୋକମାନେ ତାକୁ ରାଉରକେଲା ସରକାରୀ ହସ୍ପିଟାଲରେ ପହଞ୍ଚାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଉକ୍ତ ଅଭିଯୁକ୍ତ ଯୁବକଙ୍କୁ ବୁର୍ଲା ରେଫର କରିଛନ୍ତି। ଏ ବାବଦରେ ନାବାଳିକାର ମା’ର ଅଭିଯୋଗ ପରେ ପ୍ଲାଣ୍ଟସାଇଟ ଥାନାରେ ଦଫା ୪୫୨, ୩୫୪, ୮ POCSO ଆକ୍ଟରେ ଏକ ମାମଲା ରୁଜ୍ଜୁ କରି ପୁଲିସ ଘଟଣାର ଅନୁସନ୍ଧାନ କରୁଛି।

Related story