‘ଭୁଲ୍‌ରେ ଚାଲାଣ କଟା ଯାଇଥିଲେ ଫେରସ୍ତ ମିଳିବ ଟଙ୍କା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ପୁଲିସ୍‌। ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ପ୍ରଥମେ ପ୍ରଥମେ ଏଥିନିମନ୍ତେ ପୁଲିସ୍‌ ଓ ନିୟମ ଉଲ୍ଲଘଂନକାରୀ ମୁହାଁମୁହିଁ ହେଉଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା। ଏହାପରେ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା। ହେଲେ ଏଥିରେ ବି ତ୍ରୁଟି ରହୁଥିବା ଅଭିଯୋଗ ଆସୁଛି। କାର୍‌ ଚାଳକଙ୍କ ନିକଟକୁ ହେଲମେଟ୍‌ ପିନ୍ଧି ନ ଥିବା ଅଭିଯୋଗରେ ଚାଲାଣ ଆସୁଥିବା ବେଳେ, କଟକରେ ଥିବା […]

padmanav-2-1

Niharika Rout
  • Published: Friday, 06 December 2019
  • , Updated: 06 December 2019, 01:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ପୁଲିସ୍‌। ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ପ୍ରଥମେ ପ୍ରଥମେ ଏଥିନିମନ୍ତେ ପୁଲିସ୍‌ ଓ ନିୟମ ଉଲ୍ଲଘଂନକାରୀ ମୁହାଁମୁହିଁ ହେଉଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା। ଏହାପରେ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା। ହେଲେ ଏଥିରେ ବି ତ୍ରୁଟି ରହୁଥିବା ଅଭିଯୋଗ ଆସୁଛି।

କାର୍‌ ଚାଳକଙ୍କ ନିକଟକୁ ହେଲମେଟ୍‌ ପିନ୍ଧି ନ ଥିବା ଅଭିଯୋଗରେ ଚାଲାଣ ଆସୁଥିବା ବେଳେ, କଟକରେ ଥିବା ଗାଡ଼ି ଚାଳକଙ୍କ ନିକଟକୁ ଭୁବନେଶ୍ୱରରୁ ଆସୁଛି ଚାଲାଣ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମୁହଁ ଖୋଲିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ଗାଡ଼ି ଚାଲାଣ ବେଳେ ନିୟମ ଭଙ୍ଗ କରୁଥିବେ, ଧରାପଡ଼ିଲେ ଜରିମାନା ନ ଦେଇ ପଳାଉଥିବେ, ତେବେ ଭିଡିଓ ଫୁଟେଜରୁ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଘରକୁ ଚାଲାଣ ପଠାଯାଉଛି।  ଭୁଲ୍‌ରେ ଚାଲାଣ ଯାଉଥିବା ପ୍ରସଙ୍ଗରେ ଏପରି କିପରି ହୋଇପାରିବ ବୋଲି କହିବା ସହ ମନ୍ତ୍ରୀ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ। ମୁଖ୍ୟତଃ ଯଦି ନମ୍ବର ପ୍ଲେଟ ଭୁଲ୍‌ ଭାବେ ଲେଖା ହୋଇଥିବ, ତାହା ଆଧାରରେ ଅନ୍ୟ ସବୁ ତଥ୍ୟ ବାହାର କରାଯାଇ ଚାଲାଣ ପଠାଯିବ। ଯଦି  ଭୁଲ୍‌ରେ ଚାଲାଣ କଟା ଯାଇଥିବ, ତେବେ ନିହାତି ଭାବେ ଟଙ୍କା ଫେରସ୍ତ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

Related story