ଓଡ଼ିଶାକୁ କେବେ ଆସିବ ମୌସୁମୀ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି କେରଳ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିଲେ ୭ ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି କୁହାଯାଇଛି ଯେ,୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ରହିବ। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ […]

swwe

Tapaswini Nayak
  • Published: Saturday, 08 June 2019
  • , Updated: 08 June 2019, 02:41 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜି କେରଳ ଛୁଇଁଛି ମୌସୁମୀ ବାୟୁ। ପାଗ ଅନୁକୂଳ ରହିଲେ ୭ ଦିନ ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି କୁହାଯାଇଛି ଯେ,୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ରହିବ। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ ପହିଲା ବେଳକୁ ସାରା ଦେଶରେ ମୌସୁମୀ ପ୍ରାୟତଃ ସକ୍ରିୟ ହୋଇଯାଇଥାଏ। ହେଲେ ଚଳିତଥର ପାଖାପାଖି ୮ ଦିନ ବିଳମ୍ୱ ହୋଇଛି ଏବଂ ସାରା ଦେଶରେ ମୌସୁମୀ ସକ୍ରିୟ ହେବାକୁ ଆହୁରି ସପ୍ତାହେ ଲାଗିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ବେସରକାରୀ ପାଣିପାଗ ଗବେଷଣା ସଂସ୍ଥାନ ସ୍କାଏମେଟ ପୂର୍ବରୁ ଆକଳନ କରି କହିଛି ଯେ ମୌସୁମୀ ଛୁଇଁବା ପୂର୍ବରୁ ଯେଉଁ ବର୍ଷା ହୁଏ ଚଳିତଥର ତାହା ୧୯୫୪ ମସିହା ପରେ ସବୁଠାରୁ କମ୍। ୧୯୫୪ ମସିହାରେ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସରେ ମାତ୍ର ୯୩.୯ ମିଲିମିଟର ବର୍ଷା ହୋଇଥିଲା। ଚଳିତଥର ସେହିଁ ଅବଧିରେ ୯୯ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଅର୍ଥାତ୍ ୬୫ ବର୍ଷ ପରେ ସବୁଠୁ କମ୍ ବର୍ଷା ହୋଇଛି ଚଳିତ ବର୍ଷ। କିନ୍ତୁ ପ୍ରତିବର୍ଷ ପ୍ରାକ୍ ମୌସୁମୀ ବର୍ଷା ୧୩୧.୫ ମିଲିମିଟର ହୋଇଥାଏ।

Related story