ଅଧିକ ମହିଳା ଡାକ୍ତରୀ ସେବାକୁ ଆସିବାକୁ ଆହ୍ୱାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ସେବାକୁ ଆସୁଥିବା ୭୫%ରୁ ୬୦% ମହିଳା ସେବାରେ ରହୁଛନ୍ତି। ଏହା କିପରି ୧୦୦% ହେବ? ଏହା ଉପରେ ‘ଓମେନ ଡେଣ୍ଟାଲ କାଉନସିଲ’ ଅଧିକରୁ ଅଧିକ କାମ କରିବା ଦରକାର। ମହିଳା ଦନ୍ତ ପରିଷଦର ଷଷ୍ଠ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଇଣ୍ଡିଆନ ଡେଣ୍ଟାଲ ଆସୋସିଏସନର ଓଡ଼ିଶା ଶାଖା ସଭାପତି ଡ଼,ସୁଭାଷ ଚନ୍ଦ୍ର ରାଜ […]

more-and-more-women-need-to-join-medical-profession-say-speakers-at-dentists-conference

Manoranjan Sial
  • Published: Saturday, 06 July 2019
  • , Updated: 06 July 2019, 08:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରୀ ସେବାକୁ ଆସୁଥିବା ୭୫%ରୁ ୬୦% ମହିଳା ସେବାରେ ରହୁଛନ୍ତି। ଏହା କିପରି ୧୦୦% ହେବ? ଏହା ଉପରେ ‘ଓମେନ ଡେଣ୍ଟାଲ କାଉନସିଲ’ ଅଧିକରୁ ଅଧିକ କାମ କରିବା ଦରକାର। ମହିଳା ଦନ୍ତ ପରିଷଦର ଷଷ୍ଠ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

ଇଣ୍ଡିଆନ ଡେଣ୍ଟାଲ ଆସୋସିଏସନର ଓଡ଼ିଶା ଶାଖା ସଭାପତି ଡ଼,ସୁଭାଷ ଚନ୍ଦ୍ର ରାଜ ଓ ସମ୍ପାଦକ ସଂଗ୍ରାମ ପାତ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ଜୀବନବ୍ୟାପୀ ସାଧନା ନିମନ୍ତେ ବରିଷ୍ଠ ମହିଳା ଦନ୍ତ ସର୍ଜନ ଡ଼.ଲୋପାମୁଦ୍ରା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସଂଯୁକ୍ତ ପଟ୍ଟନାୟକ ଓ ମହିଳା ଫୁଟ୍‌ବଲ୍‌ ଟିମ୍‌ର ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ସମ୍ମାନିତ କରାଯାଇଥିଲା।

ଇଣ୍ଡିଆନ୍‌ ଡେଣ୍ଟାଲ ଆସୋସିଏସନ (ଆଇଡିଏ)ର ଓଡ଼ିଶା ଶାଖା ମହିଳା ପ୍ରତିନିଧି ଡା .ଲିପସା ପଣ୍ଡା ଓ ଡ. ଈପସିତା ମହାନ୍ତି ମହିଳା ଦନ୍ତ ପରିଷଦ (ଓମେନ୍‌ସ ଡେଣ୍ଟାଲ କାଉନ୍‌ସିଲ)ର ଷଷ୍ଠ ବାର୍ଷିକ ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି ସମ୍ମିଳନୀରେ ବହୁ ବିଦ୍ୱାନ ଓ ଅଭିଜ୍ଞ ଡାକ୍ତର ଯୋଗଦେଇ ନିଜର ଅଭିଜ୍ଞତା, ନୂଆ ଟେକ୍ନୋଲୋଜିର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ।

Related story