୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୁଲିସ୍। ଏକ ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିଥିଲା। ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା ନେଇ ନାଉଗାଁ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ୍ ଉକ୍ତ ବେଲେରୋକୁ ପିଛା କରିଥିଲା। ପୁଲିସ ଆସୁଥିବା ଦେଖି ବୋଲେରୋ ଡ୍ରାଇଭର ଗୋଠଦା […]

bbb,,,,,,,,,,,,,,,,

Tapaswini Nayak
  • Published: Saturday, 15 June 2019
  • , Updated: 15 June 2019, 01:50 PM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୁଲିସ୍। ଏକ ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିଥିଲା।

ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା ନେଇ ନାଉଗାଁ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ପୁଲିସ୍ ଉକ୍ତ ବେଲେରୋକୁ ପିଛା କରିଥିଲା। ପୁଲିସ ଆସୁଥିବା ଦେଖି ବୋଲେରୋ ଡ୍ରାଇଭର ଗୋଠଦା ନିକଟରେ ଗାଡ଼ି ରଖି ଫେରାର ହୋଇଯାଇଥିଲା। ପରେ ପୁଲିସ ଉକ୍ତ ବୋଲେରୋ ସହିତ ମଦକୁ ଜବତ କରିଥିଲା।

କିଏ କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣରେ ମଦ ନେଇ ଯାଉଥିଲା, ସେ ସଂପର୍କରେ ଖୋଳତାଡ଼ କରାଯାଉଛି ବୋଲି ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି।

Related story