ବୀର ପୁତ୍ର ରାଣାପ୍ରତାପଙ୍କୁ ଅନ୍ତିମ ବିଦାୟ, ଜନ୍ମମାଟିରେ ଜଳିଲା ଜୁଈ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କୁ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଦିଆ ଯାଇଛି ଶେଷ ସଲାମ୍‌। ଆତ୍ମୀୟପରିଜନ ଦେଇଛନ୍ତି ବିଦାୟ। ଯେଉଁ ଗାଁରେ ଜନ୍ମ ହୋଇଥିଲେ, ସେଠି ଆଜି ଜଳିଛି ତାଙ୍କ ଜୁଈ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ଯବାନ ରାଣାପ୍ରତାପଙ୍କୁ ତାଙ୍କ ପୁତୁରା ଆତିସ ଦାସ ଦେଇଛନ୍ତି ମୁଖାଗ୍ନି। ବୀର ଯବାନ ରାଣାପ୍ରତାପ ଦାସଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର […]

Angul

Angul

Manoranjan Sial
  • Published: Saturday, 11 December 2021
  • Updated: 11 December 2021, 06:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କୁ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଦିଆ ଯାଇଛି ଶେଷ ସଲାମ୍‌। ଆତ୍ମୀୟପରିଜନ ଦେଇଛନ୍ତି ବିଦାୟ। ଯେଉଁ ଗାଁରେ ଜନ୍ମ ହୋଇଥିଲେ, ସେଠି ଆଜି ଜଳିଛି ତାଙ୍କ ଜୁଈ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ଯବାନ ରାଣାପ୍ରତାପଙ୍କୁ ତାଙ୍କ ପୁତୁରା ଆତିସ ଦାସ ଦେଇଛନ୍ତି ମୁଖାଗ୍ନି।

ବୀର ଯବାନ ରାଣାପ୍ରତାପ ଦାସଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତା’ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା। ଗଲା ବେଳେ ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କୁ ଦିଆଯାଇଥି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଲୋକେ।

ରାଣାପ୍ରତାପଙ୍କ ପାର୍ଥିବ ଶରୀର ତାଳଚେରରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ଜନ୍ମମାଟି କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଦଳ ମତ ନିର୍ବିଶେଷରେ ସବୁ ନେତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଣାପ୍ରତାପ ଅମର ରହେ ଧ୍ୱନି ମଧ୍ୟରେ ତାଙ୍କ ପ୍ରାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ବାୟୁସେନା ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା, ସାଧାରଣ ଲୋକ ଓ ପରିବାର ଲୋକେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଗତ ବୁଧବାର ସିଡିଏସ୍ ବିପିନ ରାୱତ ତାମିଲନାଡୁର ୱେଲିଂଟନ ଥିବା ଡିଫେନ୍ସ ଷ୍ଟାଫ୍ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ସେ ସୁଲୁର ଏୟାର ବେସ୍‌ରୁ ହେଲିକପ୍ଟରରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରରେ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ଓ ଅନ୍ୟ ସେନାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ରାଣାପ୍ରତାପ ଦାସ ମଧ୍ୟ ଥିଲେ। ସେ ବାୟୁସେନାର ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କ ବ୍ୟତୀତ ଏହି ହେଲିକପ୍ଟରରେ ଥିବା ଅନ୍ୟ ସମସ୍ତ (ମୋଟ ୧୩ ଜଣ)ଙ୍କ ମୃତ୍ୟୁ ଘଟିଛି। ଗତକାଲି ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଶେଷକୃତ୍ୟ ଦିଲ୍ଲୀରେ ସଂପନ୍ନ ହୋଇଥିଲା। ସେହିପରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ରିଗେଡିୟର ଲଖବୀନ୍ଦର ସିଂହ ଲିଡ୍ଡରଙ୍କର ଶେଷକୃତ୍ୟ ମଧ୍ୟ ଗତକାଲି ସଂପନ୍ନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story