ଘରେ ନିଆଁ ଲାଗି ପୁଅ ଜୀବନ୍ତ ଦଗ୍ଧ; ମାଆ ଗୁରୁତର
- Published: Thursday, 01 March 2018
- , Updated: 01 March 2018, 10:13 AM IST
<p>ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ନିଆଁରେ ପୋଡ଼ି ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଅଗରପୁର ଗାଁରେ ଏହି ଅଘଟଣ ଘଟିଛି। ମାଆକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p>
<p>ଗତକାଲି ବିଳମ୍ବିତ ରାତିରେ ମାଆ ପୁଅ ଘରେ ଶୋଇଥିବା ବେଳେ ରାତିରେ ଘରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନାହିଁ। କେହି ମାଆ ପୁଅକୁ ପେଟ୍ରୋଲ ପକାଇ ପୋଡ଼ି ମାରି ଦେବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ୬ ମାସ ତଳେ ମାଆପୁଅ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ମାଆପୁଅ ବଞ୍ଚି ଯାଇଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।</p>
<p>&nbsp;</p>