ଜନ୍ମଦିନରେ ବୁଢୀ ଠାକୁରାଣୀଙ୍କୁ ଦର୍ଶନ କରି ଫେରୁଥିଲେ, ପିଟିଦେଲା ଟ୍ରକ୍‌

ଅନୁଗୋଳ(ବିରଜା ଦାଶ): ଆଜି ଥିଲା ପୁଅର ଜନ୍ମ ଦିନ। ସେଥିପାଇଁ ମାଆ-ପୁଅ ଯାଇଥିଲେ ବୁଢୀଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ। ଠାକୁରାଣୀଙ୍କ ପାଖରେ ଦୀପ ଜାଳି କରି ଫେରୁଥିବା ବେଳେ ପିଟିଦେଲା ଟ୍ରକ୍‌। ଆଉ ଘଟଣା ସ୍ଥଳରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଅନୁଗୋଳ ଜିଲ୍ଲା ଅଞ୍ଚଳରେ ଘଟିଛି। ଛେଣ୍ଡିପଦା ଥାନା ବାଲିପଟା ଗାଁର କବିତା ସାହୁଙ୍କ ୬ ବର୍ଷର ପୁଅ ଶୁଭମର ଆଜି ଥିଲା ଜନ୍ମଦିନ। ସେଥିପାଇଁ ମାଆ-ପୁଅ ଜଣେ ସମ୍ପର୍କୀୟଙ୍କ ସ୍କୁଟିରେ […]

truck-accident-in-angul

Manoranjan Sial
  • Published: Thursday, 12 December 2019
  • , Updated: 12 December 2019, 06:16 PM IST

ଅନୁଗୋଳ(ବିରଜା ଦାଶ): ଆଜି ଥିଲା ପୁଅର ଜନ୍ମ ଦିନ। ସେଥିପାଇଁ ମାଆ-ପୁଅ ଯାଇଥିଲେ ବୁଢୀଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ। ଠାକୁରାଣୀଙ୍କ ପାଖରେ ଦୀପ ଜାଳି କରି ଫେରୁଥିବା ବେଳେ ପିଟିଦେଲା ଟ୍ରକ୍‌। ଆଉ ଘଟଣା ସ୍ଥଳରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଅନୁଗୋଳ ଜିଲ୍ଲା ଅଞ୍ଚଳରେ ଘଟିଛି।

ଛେଣ୍ଡିପଦା ଥାନା ବାଲିପଟା ଗାଁର କବିତା ସାହୁଙ୍କ ୬ ବର୍ଷର ପୁଅ ଶୁଭମର ଆଜି ଥିଲା ଜନ୍ମଦିନ। ସେଥିପାଇଁ ମାଆ-ପୁଅ ଜଣେ ସମ୍ପର୍କୀୟଙ୍କ ସ୍କୁଟିରେ ବୁଢୀଠାକୁରାଣୀଙ୍କ ପୀଠକୁ ଯାଇଥିଲେ। କବିତା ବୁଢୀ ଠାକୁରାଣୀଙ୍କୁ ପୂଜା କଲେ ଓ ପୁଅ ଶୁଭମ୍‌ର ଦୀର୍ଘାୟୂ କାମନା କଲେ। ପରେ ମାଆ-ପୁଅ ହସଖୁସିରେ ସ୍କୁଟିରେ ଘରକୁ ଫେରୁଥିଲେ।

ତେବେ ଜାତୀୟ ରାଜପଥ- ୫୫ ଦଶହରା ପଡ଼ିଆ ନିକଟରେ ପଛ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମାଆ କବିତା ଓ ପୁଅ ଶୁଭମଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ି ଚଳାଉଥିବା ସମ୍ପର୍କୀୟ ଜଣଙ୍କ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ପାଇଁ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଅନୁଗୋଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି।

Related story