ଜଗା, କାଳିଆଙ୍କୁ ଦେଖିଲେ ମାଆ
ଏବେ ଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଜଗା ହାତ ଗୋଡ ହଲାଉଛି, କଥା ଶୁଣୁଛି। କାଳିଆ ଟିକେ ଦୃର୍ବଳ ଅଛି। ତା’ର ଚେତା ଏଯାଏଁ ଫେରି ନଥିବା ଜଣାପଡିଛି।
ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି, “ଜଗା ଆଜି ଭେଣ୍ଟିଲେଟରରୁ ବାହାରି, ଆଇସିୟୁରେ ଅଛି। ସେ ସ୍ୱାଭାବିକ ନିଶ୍ୱାସ ପ୍ରଶ୍ୱାସ ନେଉଛି ଓ କଥା ବୁଝୁଛି। ଜଗା ତା’ ମାଆ କଥା ବୁଝୁଛି। ମାଆ କହିଲେ ହାତ ଗୋଡ଼ ହଲାଉଛି। ଖିଆପିଆ କଲେ ଆମେ ତାକୁ ସାଧାରଣ ୱାର୍ଡକୁ ନେବୁ।”
ସେ ଆହୁରି କହିଛନ୍ତି, “ଜଗା, କାଳିଆଙ୍କ ଅପରେସନ ବହୁତ କ୍ରିଟିକାଲ ଥିଲା। ଆମ ଆଶା ଅନୁସାରେ ଉଭୟଙ୍କ ଉନ୍ନତି ଘଟୁଛି। ଜଗା ଅପେକ୍ଷା କାଳିଆ ଟିକେ ଦୁର୍ବଳ ଥିଲା। କାଳିଆର ବାତ ଥିଲା। ତାକୁ ଔଷଧ ଦିଆଯାଉଛି। ନିଦ ପାଇଁ ଔଷଧ ଦିଆଯାଉଥିବାରୁ ସେ ମାନ୍ଦା ରହୁଛି। ଔଷଧ ପ୍ରଭାବରୁ ବାହାରିଲେ ସେ ହାତ ଗୋଡ଼ ହଲାଉଛି।”
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ ଯାଇ ଜଗା, କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି  ଅଛି ଦେଖିଛନ୍ତି। ଜଗା, କାଳିଆଙ୍କୁ ଦେଖିବା ପରେ  ମନ୍ତ୍ରୀ କହିଛନ୍ତି, ଜଗା ଅବସ୍ଥା ଭଲ ଅଛି। ଦୁଇରୁ ଚାରି ଦିନ ଭିତରେ ଓ୍ୱାର୍ଡକୁ  ଆସିବ। କାଳିଆକୁ ବର୍ତ୍ତମାନ ବି ଓଟିର ଏକ  ଆଇସିୟୁରେ ରଖାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ରହିଛି।
Ordigital Desk
• Published: Wednesday, 01 November 2017
• Updated: 01 November 2017, 05:46 PM IST
Sports
Latest News
ଏବେ ଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଜଗା ହାତ ଗୋଡ ହଲାଉଛି, କଥା ଶୁଣୁଛି। କାଳିଆ ଟିକେ ଦୃର୍ବଳ ଅଛି। ତା’ର ଚେତା ଏଯାଏଁ ଫେରି ନଥିବା ଜଣାପଡିଛି।
ପ୍ରଫେସର ଅଶୋକ ମହାପାତ୍ର କହିଛନ୍ତି, “ଜଗା ଆଜି ଭେଣ୍ଟିଲେଟରରୁ ବାହାରି, ଆଇସିୟୁରେ ଅଛି। ସେ ସ୍ୱାଭାବିକ ନିଶ୍ୱାସ ପ୍ରଶ୍ୱାସ ନେଉଛି ଓ କଥା ବୁଝୁଛି। ଜଗା ତା’ ମାଆ କଥା ବୁଝୁଛି। ମାଆ କହିଲେ ହାତ ଗୋଡ଼ ହଲାଉଛି। ଖିଆପିଆ କଲେ ଆମେ ତାକୁ ସାଧାରଣ ୱାର୍ଡକୁ ନେବୁ।”
ସେ ଆହୁରି କହିଛନ୍ତି, “ଜଗା, କାଳିଆଙ୍କ ଅପରେସନ ବହୁତ କ୍ରିଟିକାଲ ଥିଲା। ଆମ ଆଶା ଅନୁସାରେ ଉଭୟଙ୍କ ଉନ୍ନତି ଘଟୁଛି। ଜଗା ଅପେକ୍ଷା କାଳିଆ ଟିକେ ଦୁର୍ବଳ ଥିଲା। କାଳିଆର ବାତ ଥିଲା। ତାକୁ ଔଷଧ ଦିଆଯାଉଛି। ନିଦ ପାଇଁ ଔଷଧ ଦିଆଯାଉଥିବାରୁ ସେ ମାନ୍ଦା ରହୁଛି। ଔଷଧ ପ୍ରଭାବରୁ ବାହାରିଲେ ସେ ହାତ ଗୋଡ଼ ହଲାଉଛି।”
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମ୍ସ ଯାଇ ଜଗା, କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି  ଅଛି ଦେଖିଛନ୍ତି। ଜଗା, କାଳିଆଙ୍କୁ ଦେଖିବା ପରେ  ମନ୍ତ୍ରୀ କହିଛନ୍ତି, ଜଗା ଅବସ୍ଥା ଭଲ ଅଛି। ଦୁଇରୁ ଚାରି ଦିନ ଭିତରେ ଓ୍ୱାର୍ଡକୁ  ଆସିବ। କାଳିଆକୁ ବର୍ତ୍ତମାନ ବି ଓଟିର ଏକ  ଆଇସିୟୁରେ ରଖାଯାଇଛି। ଉଭୟଙ୍କ ଅବସ୍ଥା ସ୍ଥିର ରହିଛି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos