ବିଷାକ୍ତ ଖାଦ୍ୟ ନେଲା ମାଆ, ପୁଅ ଓ ଝିଅର ଜୀବନ
- Published: Thursday, 07 December 2017
- , Updated: 07 December 2017, 11:04 AM IST
<p>ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭାରେ ବିଷାକ୍ତ ଖାଦ୍ୟ ଖାଇବା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗତକାଲି ପୁଅ ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ମାଆଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କୁ ଗତକାଲି ବ୍ରହ୍ମପୁର ବଡ଼ ମେଡିକାଲରୁ ଅଣାଯାଇ ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା।</p>
<p>ସୂଚନାଯୋଗ୍ୟ,ଗତ ମଙ୍ଗଳବାର ରାତିରେ ରୁଟି ଓ ଫୁଲକୋବି ଖାଇ ସମସ୍ତେ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଥିଲା।</p>