ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ପ୍ରଧାନ): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ଭୋପାଳ ଗାଁରେ । ଦୁଇ ପୁଅଙ୍କୁ କିରୋସିନି ଢାଳି ଜାଳିବା ସହ ନିଜେ ମଧ୍ୟ ଆତ୍ମାହୁତି ଉଦ୍ୟମ କଲେ ମା’ । ହେଲେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମା’ଙ୍କୁ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ୮ ବର୍ଷର ବଡ ପୁଅ ଓ ମା’ ଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ୩ ବର୍ଷର ସାନ ପୁଅ ରାଜନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।
କୌଣସି ପାରିବାରିକ କଳହକୁ ନେଇ ଗତକାଲି ବିଳମ୍ବିତ ରାତ୍ରିରେ ଘର କବାଟ ଦେଇ ନିଆଁ ଲଗାଇ ଥିଲେ ମହିଳା । ବଡ ପୁଅର ଚିତ୍କାର ଶୁଣି ଘରର ଅନ୍ୟ ସଦସ୍ୟ ଏବଂ ପଡୋଶୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପୁଲିସ୍ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।