ଜାଲ ବିଜ୍ଞପ୍ତିରେ ଠକେଇ ମାମଲା: ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ଜାଲ୍‌ ବିଜ୍ଞପ୍ତି ମାମଲାରେ ଗିରଫ ହୋଇଥିବା ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଆଜି ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ୧୦ ଲକ୍ଷ ଟଙ୍କା ଜିମା ଓ ୫୦ ହଜାର ଟଙ୍କାର ଦୁଇ ଜାମିନ୍‌ଦାରଙ୍କ ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଏହି ସମୟରେ ସେ ରାଜ୍ୟ ବାହାରକୁ ଯିବାକୁ ଚାହିଲେ ନିମ୍ନ କୋର୍ଟଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମ ବିଭାଗ ଅଧୀନ ଫ୍ୟାକ୍ଟ୍ରି ଆଣ୍ଡ ବଏଲରରେ କାର୍ଯ୍ୟରତ ମୋତିଲାଲ ଜାଲ ବିଜ୍ଞପ୍ତି […]

motilalal

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 08:33 PM IST

କଟକ: ଜାଲ୍‌ ବିଜ୍ଞପ୍ତି ମାମଲାରେ ଗିରଫ ହୋଇଥିବା ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଆଜି ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ୧୦ ଲକ୍ଷ ଟଙ୍କା ଜିମା ଓ ୫୦ ହଜାର ଟଙ୍କାର ଦୁଇ ଜାମିନ୍‌ଦାରଙ୍କ ମୁଚାଲିକାରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଏହି ସମୟରେ ସେ ରାଜ୍ୟ ବାହାରକୁ ଯିବାକୁ ଚାହିଲେ ନିମ୍ନ କୋର୍ଟଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରମ ବିଭାଗ ଅଧୀନ ଫ୍ୟାକ୍ଟ୍ରି ଆଣ୍ଡ ବଏଲରରେ କାର୍ଯ୍ୟରତ ମୋତିଲାଲ ଜାଲ ବିଜ୍ଞପ୍ତି ପ୍ରକାଶ କରି ଲକ୍ଷାଧିକ ଟଙ୍କା ହଡ୍‌ପ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସେ ଫେରାର ହୋଇଯାଇଥିଲେ। ଗତ ଜୁଲାଇ ୩ ତାରିଖରେ କ୍ରାଇମ୍‌ ବ୍ରାଞ୍ଚର ୪ ଜଣିଆ ଟିମ୍‌ ତାଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାକ୍‌ରୁ ଗିରଫ କରିଥିଲା।

ମୋତିଲାଲଙ୍କ ବିରୋଧରେ ଜାଲିଆତି, ଠକେଇ, ଅପରାଧୀକ ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ପରି ଅଭିଯୋଗ ରହିଛି। ଏପରିକି ତାଙ୍କର ରାଜନୈତିକ ଲିଙ୍କ୍‌ ନେଇ ସେହି ସମୟରେ ଚର୍ଚ୍ଚା ହେଉଥିଲା।

Related story