ମୋତିଲାଲଙ୍କ ମଧ୍ୟସ୍ଥି ସାଜିଥିବା ହାପି କିଛି ମନ୍ତ୍ରୀଙ୍କର ଥିଲେ ଘନିଷ୍ଠ

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ ଓ ମନ୍ତ୍ରୀଙ୍କ ଭିତରେ ମଧ୍ୟସ୍ଥି ସାଜିଥିବାକୁ ନେଇ ଚର୍ଚ୍ଚାରେ ଥିବା ହିମାଂଶୁ ଓରଫ ହାପି କର କିଛି ଯୁବ ମନ୍ତ୍ରୀଙ୍କ ଅତି ଘନିଷ୍ଠ ଥିଲେ। ଏପରିକି ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସେ ଆଗ ଧାଡ଼ିରେ ରହୁଥିବାର ପ୍ରମାଣ ଓଟିଭି ପାଇଛି। ସରକାରୀ ଚାକିରି ଓ ଠିକାଦାରି ସହ ସାମ୍ବାଦିକ ଭାବେ ବି ପାୱାର କରିଡ଼ରରେ ହାପିଙ୍କର ବେଶ କାଟ୍‌ତି ଥିଲା। ମୋତିଲାଲ ଏବଂ ହାପି ବିଜେଡି ବିଧାୟକଙ୍କ ପାଖେ ପାଖେ ରହୁଥିବାର […]

motilala

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 10:06 PM IST

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ ଓ ମନ୍ତ୍ରୀଙ୍କ ଭିତରେ ମଧ୍ୟସ୍ଥି ସାଜିଥିବାକୁ ନେଇ ଚର୍ଚ୍ଚାରେ ଥିବା ହିମାଂଶୁ ଓରଫ ହାପି କର କିଛି ଯୁବ ମନ୍ତ୍ରୀଙ୍କ ଅତି ଘନିଷ୍ଠ ଥିଲେ। ଏପରିକି ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସେ ଆଗ ଧାଡ଼ିରେ ରହୁଥିବାର ପ୍ରମାଣ ଓଟିଭି ପାଇଛି। ସରକାରୀ ଚାକିରି ଓ ଠିକାଦାରି ସହ ସାମ୍ବାଦିକ ଭାବେ ବି ପାୱାର କରିଡ଼ରରେ ହାପିଙ୍କର ବେଶ କାଟ୍‌ତି ଥିଲା। ମୋତିଲାଲ ଏବଂ ହାପି ବିଜେଡି ବିଧାୟକଙ୍କ ପାଖେ ପାଖେ ରହୁଥିବାର କିଛି ଫଟୋ ପଦାକୁ ଆସିଛି।

ବିଜୁ ପଟ୍ଟନାୟକ ସ୍ମାରକୀ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହାପି। ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଖେ ପାଖେ ଥିଲେ। ତାଙ୍କ ସହ କେନ୍ଦ୍ରାପଡ଼ା ବିଧାୟକ କିଶୋର ତରେଇ ମଧ୍ୟ ଥିଲେ।

ହାପି ସରକାରୀ ଚାକିରି କରିଥିବା ବେଳେ ପତ୍ନୀଙ୍କ ନାଁରେ ଠିକା ଲାଇସେନ୍ସ କରିଥିଲେ। ପତ୍ନୀ ଭିନ୍ନକ୍ଷମ ଦର୍ଶାଇ ସେ ଏହି ଲାଇସେନ୍ସ କରିଥିଲେ। ଏହାକୁ ନେଇ ଭିନ୍ନକ୍ଷମ ସଂଗଠନ ଆପତ୍ତି ଉଠାଇ ରାଜ୍ୟପାଳ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ କରିଥିବା ହ୍ୱାଟ୍ସଆପ ଗ୍ରୁପ୍‌ରେ ହାପି ଥିଲେ। ତେବେ ମୋତିଲାଲଙ୍କ ସହ ତାଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ସେ ହଠାତ ଏ ଗ୍ରୁପ୍‌ରୁ ବାହାରି ଯାଇଛନ୍ତି।

ମୋତିଲାଲ ଓ ମନ୍ତ୍ରୀଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଥିବା ହାପିଙ୍କୁ ନେଇ ବିଜେଡିକୁ ପୁଣି ଥରେ ଟାର୍ଗେଟ କରିଛି ବିଜେପି। ବିଜେପି ପ୍ରଦୀପ ପୁରୋହିତ କହିଛନ୍ତି, “ମୋତିଲାଲ ଗୌଡ଼, ହାପି କର, କିଛି ମନ୍ତ୍ରୀ ଓ ତୃତୀୟ ମହଲାର କିଛି ବ୍ୟକ୍ତି ମିଶି ଏ ସବୁ କେଳେଙ୍କାରୀ କରିଛନ୍ତି। ଏତେ ବଡ଼ କେଳେଙ୍କାରୀ କରିବା ମୋତିଲାଲ ପକ୍ଷେ ଏକା ସମ୍ଭବ ନୁହେଁ। ମନ୍ତ୍ରୀ ଓ ତୃତୀୟ ମହଲାରେ କାହା ସହ ଏ ଦୁଇ ଜଣଙ୍କ ସମ୍ପର୍କ ଥିଲା ତାହା ତଦନ୍ତ ପରିସରଭୁକ୍ତ ହେବା ଦରକାର।”

ବିଜେଡି ମୁଖପାତ୍ର ରବି ନାରାୟଣ ନନ୍ଦ କହିଛନ୍ତି, “ମୋତିଲାଲ ଗିରଫ ହେବା ପରେ ଓ ହାପି କର ବିଷୟରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଆଇନ ଉପରେ କେହି ନୁହନ୍ତି। ଯିଏ ଭୁଲ କାମ କରିବ ଆଇନ ଦ୍ୱାରା ବନ୍ଧା ହେବ।”

କେନ୍ଦ୍ରାପଡ଼ା ବିଧାୟକ କିଶୋର ତରେଇଙ୍କ ଆକାଉଣ୍ଟକୁ ହାପି ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ସମୟରେ ଏହି ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହେଉଛି। ତେବେ ବିଧାୟକ ତରେଇ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ମୋ ଆକାଉଣ୍ଟକୁ କିଛି ଟଙ୍କା ଟ୍ରାନ୍ସଫର ହୋଇନି। ତଦନ୍ତ ହେଲେ ସବୁ କଥା ଜଣାପଡିଯିବ।”

Related story