ଜୋରିମାନା ଆଦାୟରେ ଓଡ଼ିଶାର ଧମାଲ, ପଛରେ ପଡ଼ିଲେ ବଡ଼ ବଡ଼ ରାଜ୍ୟ

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ ସାରା ଦେଶରେ ମୁଖ୍ୟ ପ୍ରସଙ୍ଗ ରହିଛି। ସାରା ଦେଶରୁ ଖବର ଆସୁଛି ଲୋକଙ୍କୁ ହଜାର ହଜାର ଟଙ୍କାର ଜୋରିମାନା ଭରିବାକୁ ପଡ଼ୁଛି। ତେବେ ଏଥିରେ ସବୁଠାରୁ ଆଗରେ ଅଛି ଆମ ରାଜ୍ୟ ଓଡ଼ିଶା। କେବଳ ଓଡ଼ିଶାରେ ୪ ହଜାରରୁ ଅଧିକ ଚାଲାଣ କଟାଯାଇଥିବାବେଳେ ୮୮ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ ସରିଲାଣି। ସେହିଭଳି ୪୬ଟି ଗାଡ଼ି ଜବତ କରାଯାଇଥିବା ସଡ଼କ ଓ ପରିବହନ ମନ୍ତ୍ରଣାଳୟ […]

Cuttack

Subrat Kumar Nayak
  • Published: Thursday, 05 September 2019
  • , Updated: 05 September 2019, 09:26 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ମୋଟରଯାନ ଆଇନ ସାରା ଦେଶରେ ମୁଖ୍ୟ ପ୍ରସଙ୍ଗ ରହିଛି। ସାରା ଦେଶରୁ ଖବର ଆସୁଛି ଲୋକଙ୍କୁ ହଜାର ହଜାର ଟଙ୍କାର ଜୋରିମାନା ଭରିବାକୁ ପଡ଼ୁଛି। ତେବେ ଏଥିରେ ସବୁଠାରୁ ଆଗରେ ଅଛି ଆମ ରାଜ୍ୟ ଓଡ଼ିଶା। କେବଳ ଓଡ଼ିଶାରେ ୪ ହଜାରରୁ ଅଧିକ ଚାଲାଣ କଟାଯାଇଥିବାବେଳେ ୮୮ ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ ସରିଲାଣି। ସେହିଭଳି ୪୬ଟି ଗାଡ଼ି ଜବତ କରାଯାଇଥିବା ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ହରିଆଣାରେ ମଧ୍ୟ ଏହାର ମାତ୍ରା ବେଶ ଅଧିକ। ଏଠାରେ ୩୫୦ଟି ଚାଲାଣ କାଟି ୫୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଟଙ୍କା ଆଦାୟ କରାଯାଇସାରିଛି।

ତେବେ ଏଭଳି କିଛି ରାଜ୍ୟ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଆଇନକୁ ପୁନଃବିଚାର କରି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଏଭଳି ମତ ରଖିଛନ୍ତି। ଗୁଜରାଟ ସରକାର କହିଛନ୍ତି ଆରଟିଓରୁ ରିପୋର୍ଟ ମିଳିବାପରେ ଯାଇ କିଛି ନିଷ୍ପତ୍ତି ନିଆଯିବ। କିନ୍ତୁ କେନ୍ଦ୍ର ସରକାର କହିସାରିଛନ୍ତି, ଏହି ନିୟମକୁ ସବୁ ରାଜ୍ୟ ପାଳନ କରିବାକୁ ପଡ଼ିବ।

ତେବେ ଏଥିସହିତ ବିଭିନ୍ନ ଅପରାଧର ତାଲିକା କରାଯାଇ ଜୋରିମାନାର ପରିମାଣ ୧୦ ଗୁଣା ଯାଏ ବଢ଼ାଯାଇଥିବାରୁ ଏହାକୁ ଲାଗୁ କରିବାରେ ରାଜ୍ୟଗୁଡ଼ିକ ସମୀକ୍ଷା କରୁଥିବା ଜଣାପଡ଼ିଛି। ଏହି ସବୁ ଅପରାଧ ମଧ୍ୟରେ ବିନା ଲାଇସେନ୍ସରେ ଗାଡ଼ି ଚଲାଇବା, ଓଭର ସ୍ପିଡ୍‌, ବିନା ରେଜିଷ୍ଟ୍ରେସନ୍‌ରେ ଗାଡ଼ି ଚଲାଇବା, ଓଭର ଲୋଡିଂ, ସିଟ୍‌ ବେଲ୍ଟ ନବାନ୍ଧିବା ଏବଂ ବିନା ହେଲମେଟ୍‌ରେ ଗାଡ଼ି ଚଲାଇବା ଆଦି ଅଛି। ମଦ ପିଇ ଗାଡ଼ି ଚଲାଇବା ପରି ଅପରାଧକୁ ସବୁଠାରୁ ଗୁରୁତର ଅପରାଧ ଭାବେ ବିବେଚନା କରାଯାଇଛି।

ସରକାରଙ୍କ କହିବା ଅନୁଯାୟୀ, ଏଭଳି ଜୋରିମାନା ଲାଗୁ କରିବାରେ ବହୁତ ଫାଇଦା ଅଛି। ନାବାଳକମାନଙ୍କୁ ଗାଡ଼ି ଦେଉଥିବା ଗାଡ଼ି ମାଲିକ ବା ଅଭିଭାବକମାନଙ୍କୁ ୨୫ ହଜାର ଟଙ୍କା ଯାଏ ଜୋରିମାନା ଏବଂ ୩ ବର୍ଷ ଯାଏ ଜେଲ ପରି ନିଷ୍ପତ୍ତି ସମୟପୋଯୋଗୀ ବୋଲି ସରକାର କହିଛନ୍ତି।

Related story