ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଉପରେ ପଡ଼ିଛି ଏଲ-ନିନୋର ପ୍ରଭାବ ପଡ଼ିଛି। ଫଳରେ ୧୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି। ପୂର୍ବ ବର୍ଷ ତୁଳନାରେ ଏବର୍ଷ ଲଘୁଚାପ ସଂଖ୍ୟା ବି କମିଛି। ଅନେକ ସ୍ଥାନରେ ଆକାଶ ମେଘମୁକ୍ତ ରହୁଥିବାରୁ ତାପମାତ୍ରା ବୃଦ୍ଧି ପାଉଛି।
ମୌସୁମୀ ସକ୍ରିୟ ହେଲେ ମଧ୍ୟ ବର୍ଷା ହେଉନାହିଁ । ଚଳିତବର୍ଷ ଏଯାବତ ୧ ହଜାର ୩୪.୨ ମିଲିମିଟର ବର୍ଷା ହେବାର ଥିବା ବେଳେ କିନ୍ତୁ ମାତ୍ର ୮୪୦.୯ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକଠାରୁ ୧୯ ପ୍ରତିଶତ କମ୍। ସେହିଭଳି ୧୬ଟି ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ କନ୍ଧମାଳର ସ୍ଥିତି ସବୁଠୁ ଖରାପ। ଏଇ ଜିଲ୍ଲାରେ ଏଯାବତ୍ ବୃଷ୍ଟିପାତର ପରିମାଣ ସ୍ୱାଭାବିକଠାରୁ ୪୩ ପ୍ରତିଶତ କମ୍ ରହିଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବି ନିଅଣ୍ଟିଆ ବର୍ଷା ହୋଇଛି । ଏବର୍ଷ ଲଘୁଚାପ ସଂଖ୍ୟା କମ୍ ଥିବା ଜଣାପଡିଛି। ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟ ୧୦ଟି ଲଘୁଚାପ ହୋଇଥିଲା ବେଳେ ଏବର୍ଷ ମାତ୍ର ୬ଟି ଲଘୁଚାପ ବର୍ଷା ହୋଇଛି। ପରିଣାମ ସ୍ୱରୂପ ଏବର୍ଷ ବର୍ଷା ତୁଳନାରେ ଅଧିକ ଖରା ଅନୁଭୂତ ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ର ସ୍ୱାଭାବିକଠାରୁ ୨ରୁ୩ ଡିଗ୍ରୀ ସେଲସିୟସ ଅଧିକ ରହୁଛି।