ଚଳନ୍ତା ପିକ୍‌ଅପ୍‌ ଭ୍ୟାନ୍‌ରେ ଲାଗିଲା ନିଆଁ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଗୋପାଳପ୍ରସାଦ ରାସ୍ତାର ନତଡ଼ା ନିକଟରେ ଆଜି ଏକ ଚଳନ୍ତା ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ଡ୍ରାଇଭର ଓ ତାଙ୍କ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ପିକ୍‌ଭ୍ୟାନ୍‌ଟି କିଛି ଜିନିଷପତ୍ର ଧରି ଅନୁଗୋଳରୁ ଗୋପାଳପ୍ରସାଦ ଯାଉଥିଲା। ଏହି ସମୟରେ ଗାଡ଼ିର ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିଲା। ଏହାଜାଣି ପାରି ଡ୍ରାଇଭର ତୁରନ୍ତ ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ରଖି ଓହ୍ଲାଇ ପଡ଼ିଥିଲେ। ଏନେଇ ସେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। […]

pickupvan

Jitendra Garnayak
  • Published: Saturday, 11 May 2019
  • , Updated: 11 May 2019, 01:51 PM IST

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଗୋପାଳପ୍ରସାଦ ରାସ୍ତାର ନତଡ଼ା ନିକଟରେ ଆଜି ଏକ ଚଳନ୍ତା ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ଲାଗି ଯାଇଥିଲା। ତେବେ ଡ୍ରାଇଭର ଓ ତାଙ୍କ ସହଯୋଗୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

ପିକ୍‌ଭ୍ୟାନ୍‌ଟି କିଛି ଜିନିଷପତ୍ର ଧରି ଅନୁଗୋଳରୁ ଗୋପାଳପ୍ରସାଦ ଯାଉଥିଲା। ଏହି ସମୟରେ ଗାଡ଼ିର ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିଲା।

ଏହାଜାଣି ପାରି ଡ୍ରାଇଭର ତୁରନ୍ତ ଗାଡ଼ିକୁ ରାସ୍ତା ପାର୍ଶ୍ୱରେ ରଖି ଓହ୍ଲାଇ ପଡ଼ିଥିଲେ। ଏନେଇ ସେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅନୁଗୋଳ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଲିଭାଇ ଥିଲେ।

Related story