ମାଙ୍କଡ଼ଙ୍କୁ ସେଓ ଖାଇବାକୁ ଦେଇ ଅଡ଼ୁଆରେ ଅଚ୍ୟୁତ!

ସ୍ୱାତୀ ଜେନା ସାଂସଦଙ୍କ ବଡ଼ଲୋକି ପଶୁପ୍ରେମ। ବଣୁଆ ମାଙ୍କଡ଼ଙ୍କୁ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦାମିକିଆ ସେଓ ଗିଫ୍ଟ। ନିଜ ସୋସିଆଲ ଆକାଉଣ୍ଟରେ ମାଙ୍କଡ଼ଙ୍କୁ ସେଓ ଦେଉଥିବାର କିଛି ଫଟୋକୁ କନ୍ଧମାଳ ଅଚ୍ୟୁତ ସାମନ୍ତ ଟୁଇଟର୍‌ରେ ପୋଷ୍ଟ କରିବା ପରେ କମେଣ୍ଟ ପରେ କମେଣ୍ଟ ବର୍ଷା ହୋଇ ଚାଲିଛି। ଅଧିକାଂଶ ସାଂସଦଙ୍କ ମହନୀୟତାର ଗୁଣ ଗାଇଥିବା ବେଳେ ଆଉ କିଛି ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଗୁଣଗାନ କଥା ତ ବୁଝି ହେଉଛି, କିନ୍ତୁ ଆପତ୍ତି ପଛରେ ରହିଛି […]

Achyuta

Ordigital Desk
  • Published: Thursday, 16 June 2022
  • , Updated: 16 June 2022, 05:45 PM IST
  • ସ୍ୱାତୀ ଜେନା

ସାଂସଦଙ୍କ ବଡ଼ଲୋକି ପଶୁପ୍ରେମ। ବଣୁଆ ମାଙ୍କଡ଼ଙ୍କୁ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦାମିକିଆ ସେଓ ଗିଫ୍ଟ। ନିଜ ସୋସିଆଲ ଆକାଉଣ୍ଟରେ ମାଙ୍କଡ଼ଙ୍କୁ ସେଓ ଦେଉଥିବାର କିଛି ଫଟୋକୁ କନ୍ଧମାଳ ଅଚ୍ୟୁତ ସାମନ୍ତ ଟୁଇଟର୍‌ରେ ପୋଷ୍ଟ କରିବା ପରେ କମେଣ୍ଟ ପରେ କମେଣ୍ଟ ବର୍ଷା ହୋଇ ଚାଲିଛି। ଅଧିକାଂଶ ସାଂସଦଙ୍କ ମହନୀୟତାର ଗୁଣ ଗାଇଥିବା ବେଳେ ଆଉ କିଛି ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଗୁଣଗାନ କଥା ତ ବୁଝି ହେଉଛି, କିନ୍ତୁ ଆପତ୍ତି ପଛରେ ରହିଛି ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ବା wild life (protection ) act 1972ର ସଂଗୀନ ନିୟମ।

କନ୍ଧମାଳର ବିଜେଡି ସାଂସଦ ତଥା କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କଳାହାଣ୍ଡି ଗସ୍ତରେ ଥିଲେ। ବାଟରେ କିଛି ମାଙ୍କଡ଼ଙ୍କୁ ଦେଖି ଦୁଇ ପେଟି ତାଜା ତାଜା ସେଓ ଥୋଇଦେଲେ। ମାଙ୍କଡ଼ମାନେ ଏହାକୁ ପରମ ଆନନ୍ଦରେ ଖାଇଲେ ଓ ଅତି ଉତ୍ସାହିତ ହୋଇ ମାଙ୍କଡ଼ଙ୍କ ସହ ଫଟୋ ମଧ୍ୟ ଉଠାଇଲେ। ଆଉ ସେହି ଫଟୋକୁ ଉତ୍‌ଫୁଲିତ ହୋଇ ଟୁଇଟର ପରି ସୋସିଆଲ ମିଡିଆରେ ପୋଷ୍ଟ କଲେ। ଏବେ ତାଙ୍କର ସୋସିଆଲ ମିଡିଆ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଅନେକ ସଚେତନ ବ୍ୟକ୍ତି ସାଂସଦଙ୍କ ଆଇନ ବିରୋଧୀ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି।

[caption id="attachment_742261" align="aligncenter" width="650"] ସାଂସଦ ଅଚ୍ୟୁତ ସାମନ୍ତ ଟ୍ୱିଟରରେ ମାଙ୍କଡ଼ଙ୍କୁ ସେଓ ଖାଇବାକୁ ଦେବାର ଫଟୋ ପୋଷ୍ଟ କରିଛନ୍ତି।[/caption]

କାରଣ ବନ୍ୟଜନ୍ତୁ ସଂରକ୍ଷଣ ଆଇନରେ ମାଙ୍କଡ଼ଙ୍କୁ ଖାଇବାକୁ ଦେଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାର ବ୍ୟବସ୍ଥା ରହିଛି। ଆଇନ ଅନୁୟାୟୀ କୌଣସି ବି ବନ୍ୟଜନ୍ତୁଙ୍କୁ ଅପ୍ରାକୃତିକ ଭାବେ ଖାଦ୍ୟଦେବା ଏକ ଦଣ୍ଡନୀୟ ଅପରାଧ। କାରଣ ଏହା ଦ୍ୱାରା ସେମାନଙ୍କର ନିଜସ୍ୱ ଜନବସତି ଓ ଖାଦ୍ୟସଂଗ୍ରହ ଧାରା ପ୍ରଭାବିତ ହୋଇଥାଏ। ବନ୍ୟଜନ୍ତୁ ଜଙ୍ଗଲରୁ ନିଜର ଖାଦ୍ୟ ସଂଗ୍ରହ କରିଥାନ୍ତି। ବିଭିନ୍ନ ପର୍ଯ୍ୟଟନ ସ୍ଥଳି ହେଉକି ମନ୍ଦିରରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ଦ୍ୱାରା ସୋମାନଙ୍କର ନିଜସ୍ୱ ଖାଦ୍ୟସଂଗ୍ରହ କରିବାର ଦକ୍ଷତା ନଷ୍ଟ ହୋଇଥାଏ। ତେଣୁ ସେମାନେ ଜନବସତି ମୁହାଁ ହୋଇଥାନ୍ତି ଏବଂ ଏଥି ଯୋଗୁଁ ବିଭିନ୍ନ ଦୁର୍ଘଟଣା ଘଟିଥାଏ। ତେଣୁ ଦେଶର ପ୍ରାୟ ସମସ୍ତ ପ୍ରାକୃତିକ ଜଙ୍ଗଲ ଓ ତୀର୍ଥସ୍ଥଳି ଗୁଡିକରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ପାଇଁ ବାରଣ କରାଯାଇଛି। ବଣୁଆ ରାସ୍ତାରେ ବନ ବିଭାଗ ପକ୍ଷରୁ ନୋଟିସ ବୋର୍ଡ ଲଗାଇ ଖାଦ୍ୟ ନଦେବାକୁ ଯାତ୍ରୀମାନଙ୍କୁ ବାରଣ କରାଯାଇଛି।

ମାଙ୍କଡ଼ଙ୍କୁ ଚଣା,ବାଦାମ,କଦଳୀ,ଫଳମୂଳ ଆଦି ଦେବାକୁ ନେଇ ଅନେକ ରାଜ୍ୟ ସରକାର ପ୍ରଶ୍ନ ଉଠାଇବା ସହ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ହେଉକି ମହାରାଷ୍ଟ୍ର, ଜମ୍ମୁ କାଶ୍ମୀର ହେଉକି ନୂଆ ଦିଲ୍ଲୀ, ଅଧିକାଂଶ ରାଜ୍ୟ ସରକାର ଜଙ୍ଗଲରେ ବସବାସ କରୁଥିବା ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ବିରୋଧରେ ସାଧାରଣ ନୋଟିସ ଜାରି କରିଛନ୍ତି। ଏନେଇ ବାରମ୍ବାର ଲୋକମାନଙ୍କୁ ତାଗିଦ୍ ମଧ୍ୟ କରାଯାଇଛି। ଆଇନକୁ କଡ଼ାକଡ଼ି ପାଳନ କରିବାକୁ ଲୋକଙ୍କୁ ଆବେଦନ କରାଯାଇଛି। ଏହା ସତ୍ତ୍ୱେ ଜଣେ ଆଇନ ପ୍ରଣେତା କେମିତି ଆଇନକୁ ଉଲଙ୍ଘନ କରିଛନ୍ତି ତାକୁ ନେଇ ଉଠିଛି ବିବାଦ।

Related story