ଷ୍ଟାର ଦମ୍ପତିଙ୍କ ୩ ଘଣ୍ଟା ଭେଟ-ଘାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ କଳି ମହିଳା କମିଶନରେ ପହଞ୍ଚିଛି। ପାରିବାରିକ ବିବାଦ ମାମଲାକୁ ନେଇ ନୋଟିସ୍ ପରେ ଆଜି ଅନୁଭବ ମହିଳା କମିଶନଙ୍କ  ନିକଟରେ ହାଜର ହୋଇଥିଲେ । ଏହାପରେ ବର୍ଷା-ଅନୁଭବଙ୍କୁ ସାମ୍ନାସାମ୍ନି ବସାଇ ପ୍ରାୟ ୩ ଘଣ୍ଟା ଧରି କମିଶନ ପଚରାଉଚରା କରିଥିଲେ। ତଥାପି ସେଭଳି କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ କମିଶନ ଅଧ୍ୟକ୍ଷା କହିଛନ୍ତି ଏହି ଆଲୋଚନା ନୂଆ ଆଲୋକ ଦେଖାଇବ। କମିଶନଙ୍କ […]

6bnm

Tapas Behera
  • Published: Tuesday, 29 December 2020
  • , Updated: 30 December 2020, 01:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ କଳି ମହିଳା କମିଶନରେ ପହଞ୍ଚିଛି। ପାରିବାରିକ ବିବାଦ ମାମଲାକୁ ନେଇ ନୋଟିସ୍ ପରେ ଆଜି ଅନୁଭବ ମହିଳା କମିଶନଙ୍କ  ନିକଟରେ ହାଜର ହୋଇଥିଲେ । ଏହାପରେ ବର୍ଷା-ଅନୁଭବଙ୍କୁ ସାମ୍ନାସାମ୍ନି ବସାଇ ପ୍ରାୟ ୩ ଘଣ୍ଟା ଧରି କମିଶନ ପଚରାଉଚରା କରିଥିଲେ। ତଥାପି ସେଭଳି କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେବେ କମିଶନ ଅଧ୍ୟକ୍ଷା କହିଛନ୍ତି ଏହି ଆଲୋଚନା ନୂଆ ଆଲୋକ ଦେଖାଇବ।

କମିଶନଙ୍କ ନିକଟରେ ସକାଳେ ବର୍ଷା ପ୍ରିୟଦର୍ଶିନୀ  ଆଉ ଅପରାହ୍ନରେ ହାଜର ହୋଇଥିଲେ ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଏହାପରେ ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲେ କମିଶନ୍ ଅଧ୍ୟକ୍ଷା? କାହିଁକି ଉପୁଜିଲା ବିବାଦ? ଦାମ୍ପତ୍ୟ ଜୀବନ ଜୀଇଁବା ଭିତରେ କେଉଁଠି ବିଗିଡ଼ିଗଲା ହିସାବ କିତାବ? ଘରୋଇ ହିଂସା ପଛର କାରଣ କଣ ? ଏମିତି ଏକାଧିକ ପ୍ରଶ୍ନ ଉଠାଇ କମିଶନ ଅଧ୍ୟକ୍ଷା ପଚରାଉଚରା କରିଥିବା ଜଣାପଡ଼ିଛି । ତେବେ ମହିଳା କମିଶନ ଅଧ୍ୟକ୍ଷା ଏହି ଆଲୋଚନା ନୂଆ ଆଲୋକ ଦେଖାଇବ ବୋଲି ଆଶା କରିଛନ୍ତି।

ପତ୍ନୀ ବର୍ଷାଙ୍କ ସହ ପାରିବାରିକ ବିବାଦ ମାମଲାରେ ଗତ ୨୧ ତାରିଖରେ ଅନୁଭବଙ୍କୁ ନୋଟିସ୍ କରିଥିଲେ ରାଜ୍ୟ ମହିଳା କମିଶନ।  କେବଳ ଅନୁଭବ ନୁହନ୍ତି, ଅନୁଭବଙ୍କ ବାପା-ମାଙ୍କୁ ବି ନୋଟିସ୍ କରି ଆଜି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଅନୁଭବ ହାଜର ହୋଇଥିଲେ ବି ତାଙ୍କ ବାପା, ମା କିନ୍ତୁ ଆସିନଥିଲେ । ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ପୂର୍ବରୁ କଟକ ଏସ୍‌ଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା । ବୈବାହିକ ଜୀବନକୁ ଚିରସ୍ଥାୟୀ କରିବା ଲାଗି କଟକ ଫ୍ୟାମିଲି କୋର୍ଟକୁ ବି ଯାଇଛନ୍ତି । ଅନ୍ୟପଟେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟରେ ନିବେଦନ ବି କରିଛନ୍ତି ବର୍ଷା । ଏସବୁ ଭିତରେ ଆଜି ମହିଳା କମିଶନଙ୍କ ନିକଟରେ ଏହି ଷ୍ଟାର ଦମ୍ପତି ହାଜର ହୋଇ ନିଜ ନିଜ ପକ୍ଷ ରଖିଛନ୍ତି ।

ପାରିବାରିକ କଳିକୁ ନେଇ ଦୀର୍ଘ ଦିନ ଧରି ବିବାଦରେ ଥିବା ଏଇ ସେଲିବ୍ରିଟି ଦମ୍ପତି । ବିଭିନ୍ନ ସମୟରେ ଗଣମାଧ୍ୟମରେ ନିଜ ଦାମ୍ପତ୍ୟ ଜୀବନର ତିକ୍ତତାକୁ ପରିପ୍ରକାଶ କରିଛନ୍ତି । ଏସବୁ ଭିତରେ ଚର୍ଚ୍ଚାରେ ଥିବା ଦିଲ୍ଲୀ ସାମ୍ବାଦିକା ଜାଗ୍ରତି ଶୁକ୍ଲା ଫେସବୁକ୍‌ରେ ଅନୁଭବଙ୍କୁ ବନ୍ଧୁ ବୋଲି ପରିଚୟ ଦେଇ ପରୋକ୍ଷରେ ବର୍ଷାଙ୍କୁ ଟାଣିଥିଲେ । ଅନୁଭବ ବି ନିଜ ଫେସବୁକ୍ ପେଜ୍‌ରେ ଜାଗୃତିଙ୍କ ସହ ଏକ ଫଟୋ ସେୟାର କରିଥିଲେ । ବର୍ଷା-ଅନୁଭବଙ୍କ  ତିକ୍ତ ସଂପର୍କକୁ ନେଇ ଥାନାରେ ଛଅ ଛଅଟି ମାମଲା ରୁଜୁ ହୋଇସାରିଥିବାବେଳେ ଏବେ ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶକୁ ଅପେକ୍ଷା ରହିଛି।

ଅଧିକ ପଢ଼ନ୍ତୁ  : ଜୟପୁରରେ ରଣବୀର-ଆଲିଆଙ୍କ ନିର୍ବନ୍ଧ?

 

Related story