ପାଟକୁରାରେ ବିଜୟ ମହାପାତ୍ରଙ୍କ ସହ ଅପରାଜିତାଙ୍କ ପ୍ରଚାର

ପାଟକୁରା ( ମନୋଜ ସ୍ୱାଇଁ) :କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ନିର୍ବାଚନୀ ପ୍ରଚାର। ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଆଜି ଶୋଭାଯାତ୍ରା କରିଛନ୍ତି। ଶୋଭାଯାତ୍ରାଟି ପାଟକୁରା ଚାନ୍ଦିଳ ପଞ୍ଚାୟତ ଫାଣ୍ଡି ଛକରୁ ବାହାରି ଦାନପୁର, ବାରିମୂଳ, ଭୋଳାହାଟ ଦେଇ କୋରୁଆରେ ପହଞ୍ଚିଥିଲା। କୋରୁଆରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ସଭା ଚାଲିଥିଲା। ଏହାପୂର୍ବରୁ ସାଂସଦ ଅପରାଜିତା ପାଟକୁରା ନିର୍ବାଚନମଣ୍ଡଳୀର ୬ଟି ପଞ୍ଚାୟତରେ ବିଜେପି କର୍ମୀଙ୍କୁ ଭେଟି ଆଲୋଚନା କରିବା […]

bijaya-aprajita-1

Tapas Behera
  • Published: Friday, 14 June 2019
  • , Updated: 14 June 2019, 09:11 PM IST

ପାଟକୁରା ( ମନୋଜ ସ୍ୱାଇଁ) :କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ନିର୍ବାଚନୀ ପ୍ରଚାର। ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଆଜି ଶୋଭାଯାତ୍ରା କରିଛନ୍ତି।

ଶୋଭାଯାତ୍ରାଟି ପାଟକୁରା ଚାନ୍ଦିଳ ପଞ୍ଚାୟତ ଫାଣ୍ଡି ଛକରୁ ବାହାରି ଦାନପୁର, ବାରିମୂଳ, ଭୋଳାହାଟ ଦେଇ କୋରୁଆରେ ପହଞ୍ଚିଥିଲା। କୋରୁଆରେ ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ସଭା ଚାଲିଥିଲା।

ଏହାପୂର୍ବରୁ ସାଂସଦ ଅପରାଜିତା ପାଟକୁରା ନିର୍ବାଚନମଣ୍ଡଳୀର ୬ଟି ପଞ୍ଚାୟତରେ ବିଜେପି କର୍ମୀଙ୍କୁ ଭେଟି ଆଲୋଚନା କରିବା ସହ ପଥପ୍ରାନ୍ତ ସଭା ମଧ୍ୟ କରିଛନ୍ତି। ପାଟକୁରା ନିର୍ବାଚନ ପାଇଁ ତାରିଖ ସ୍ଥିର ହୋଇ ନଥିବା ବେଳେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛି ବିଜେପି।

Related story