ପରୀ ହତ୍ୟା ଘଟଣାକୁ ନେଇ କଡ଼ା ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ କହିଛନ୍ତି ଅପରାଜିତା। ସେ କହିଛନ୍ତି ଯେ, କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବ ନାହିଁ । ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ତ୍ୱରିତ ଓ ନିରପେକ୍ଷ ତଦନ୍ତ ଦାବି […]

aparajita sarangi

Tapas Behera
  • Published: Saturday, 28 November 2020
  • , Updated: 28 November 2020, 09:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ୍ କରି ଘଟଣାକୁ ଅତି ନିନ୍ଦନୀୟ କହିଛନ୍ତି ଅପରାଜିତା। ସେ କହିଛନ୍ତି ଯେ, କୌଣସି ସମ୍ବେଦନା ଭରା ଶବ୍ଦ ଏହି କ୍ଷତ ଭରି ପାରିବ ନାହିଁ । ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ତ୍ୱରିତ ଓ ନିରପେକ୍ଷ ତଦନ୍ତ ଦାବି କରୁଛୁ କହିଛନ୍ତି  ଅପରାଜିତା।

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।ଓଡ଼ିଶାରେ ସୁରକ୍ଷା ଓ ରାଜ୍ୟ ସରକାରଙ୍କ ବିବେକକୁ ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା। ସେପଟେ ନୟାଗଡ଼ ପରୀ ହତ୍ୟା ମାମଲାରେ ଆଜି ତୃତୀୟଦିନ ବିଧାନସଭା ଅଚଳ ରହିବାପରେ କୋର୍ଟଙ୍କ ଦ୍ୱାରା ମନିଟରିଂ କରାଯାଉଥିବା ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିବା ସହ ରାଜ୍ୟ ସରକାର ଏସଆଇଟି ଟିମ୍ ଗଠନ କରିଛନ୍ତି। ପୁଲିସ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ଏସଆଇଟି ଗଠନ କରାଯାଇଛି।

Related story