ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କୁ ହଟାଇଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ତଥା ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦଙ୍କୁ ନିଜ ପ୍ରତିନିଧି ପଦରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହଟାଇ ଦେଇଛନ୍ତି। ଶ୍ରୀ ନନ୍ଦଙ୍କୁ ବେଗୁନିଆ ବିଧାନସଭା ମଣ୍ଡଳୀରେ ନିଜର ପ୍ରତିନିଧି ଭାବେ ସେ ନିଯୁକ୍ତି ଦେବାର ୫ମାସ ନପୁରୁଣୁ ତାଙ୍କୁ ହଟାଇବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅବଶ୍ୟ କେଉଁ କାରଣରୁ ଶ୍ରୀ ନନ୍ଦଙ୍କୁ ନିଜ ପ୍ରତିନିଧି ପଦରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ […]

aparajita-sarangi

aparajita-sarangi

Manoranjan Sial
  • Published: Thursday, 20 February 2020
  • Updated: 21 February 2020, 09:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ତଥା ବିଜେପି ବିଧାୟକ ପ୍ରାର୍ଥୀ ଋଷଭ ନନ୍ଦଙ୍କୁ ନିଜ ପ୍ରତିନିଧି ପଦରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହଟାଇ ଦେଇଛନ୍ତି। ଶ୍ରୀ ନନ୍ଦଙ୍କୁ ବେଗୁନିଆ ବିଧାନସଭା ମଣ୍ଡଳୀରେ ନିଜର ପ୍ରତିନିଧି ଭାବେ ସେ ନିଯୁକ୍ତି ଦେବାର ୫ମାସ ନପୁରୁଣୁ ତାଙ୍କୁ ହଟାଇବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅବଶ୍ୟ କେଉଁ କାରଣରୁ ଶ୍ରୀ ନନ୍ଦଙ୍କୁ ନିଜ ପ୍ରତିନିଧି ପଦରୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ହଟାଇଛନ୍ତି ତାହା ଜଣାପଡ଼ିନି।

ମିଳିଥିବା ସୂଚନା ଅନୁସାରେ, ୨୦୧୯ ମାର୍ଚ୍ଚ ମାସରେ ବିଜେପିରେ ସାମିଲ ହୋଇ ବେଗୁନିଆ ବିଧାନସଭା ଆସନରୁ ଦଳୀୟ ଟିକେଟ୍ ଲଢ଼ି ପରାଜିତ ହୋଇଥିବା ରଷଭ ନନ୍ଦଙ୍କୁ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିଜର ପ୍ରତିନିଧି ଭାବେ ଗତ ଜୁଲାଇ ମାସରେ ନିଯୁକ୍ତି ଦେଇଥିଲେ। କିନ୍ତୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଚଳିତମାସ ୧୫ତାରିଖରେ ଖୋର୍ଦ୍ଧା ଜିଲ୍ଳାପାଳଙ୍କୁ ଚିଠି ଲେଖି ଋଷଭ ନନ୍ଦଙ୍କ ବଦଳରେ ଅନୁସୂୟା ଦାଶଚୌଧୁରୀ (ଅଭିନେତ୍ରୀ ଅନୁ ଚୌଧୁରୀ)ଙ୍କୁ  ବେଗୁନିଆ ବିଧାନସଭା ମଣ୍ଡଳୀରେ ତାଙ୍କର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି ବୋଲି ଜଣାଇଥିଲେ। ବେଗୁନିଆ ବିଧାନସଭା ସଂକ୍ରାନ୍ତ ସମସ୍ତ ଚିଠିପତ୍ର ଏଣିକି ଅନୁସୂୟାଙ୍କ ନିକଟକୁ ପଠାଇବା ସହ ତାଙ୍କ ଅଫିସକୁ ମଧ୍ୟ ଅବଗତ କରାଇବାକୁ ଚିଠିରେ କୁହାଯାଇଛି।

ପ୍ରଶାସନିକ ଚାକିରି ଛାଡ଼ି ବିଜେପିରେ ସାମିଲ ହୋଇଥିବା ଶ୍ରୀମତୀ ଷଡ଼ଙ୍ଗୀ ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ନିର୍ବାଚିତ ହେବାର ୮ମାସ ନପୁରୁଣୁ ନିଜର ପ୍ରତିନିଧିଙ୍କୁ ହଟାଇବା ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ, ଋଷଭ ହେଉଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story