ହଜାର ହଜାର ସମର୍ଥକଙ୍କ ସହ ଯାଇ ବୁହାଳୋରେ ପାଣି ଟାଙ୍କି ଉଦଘାଟନ କଲେ ବୈଜୟନ୍ତ

ସାଲେପୁର( ଓଡ଼ିଶା ରିପୋର୍ଟର): ଦଳୀୟ କନ୍ଦଳ ମଧ୍ୟରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ପାଣ୍ଠିରେ ନିର୍ମିତ ୧ ଲକ୍ଷ ଲିଟର ବିଶିଷ୍ଟ ଏହି ପାଣି ଟାଙ୍କିକୁ ବୈଜୟନ୍ତ ଉଦଘାଟନ କରିଛନ୍ତି। ଏହି ଅବସରରେ ବୈଜୟନ୍ତ କହିଥିଲେ-“ଗତବର୍ଷ ଏକ ପାଣିଟାଙ୍କି ଉଦଘାଟନ ବେଳେ ମାହାଙ୍ଗାର ଏକ ଜାଗାରେ ବିରୋଧ କରାଯାଇଥିଲା। ସେତେବେଳେ ମୋ ଉପରକୁ ଟେକା, ପଥର ଓ ଅଣ୍ଡା ଫିଙ୍ଗା ଯାଇଥିଲା। ଗୁଳି କଲେ ବି ମୁଁ ଲୋକଙ୍କ ପାଖକୁ ଆସିବି ବୋଲି ସେତେବେଳେ କହିଥିଲି, ଆଜି ଆସିଛି।”

ସାଂସଦ ପଣ୍ଡା କହିଛନ୍ତି,“ ସମର୍ଥନ ପାଇଁ  ମୁଁ ବୁହାଳୋ ସରପଞ୍ଚ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଉଛି।”

ସେ ଆହୁରି ମଧ୍ୟ କହିଛନ୍ତି,“ସାଂସଦ ପାଣ୍ଠିରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ୫୭ଟି ପାଣିଟାଙ୍କି ନିର୍ମାଣ କରାଯାଉଛି। ସମସ୍ତ ଟାଙ୍କି କାର୍ଯ୍ୟକ୍ଷମ ହେଲେ ଜଳ ସମସ୍ୟା ରହିବନି।”

ବୈଜୟନ୍ତ ଆଜି ବୁହାଳୋରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ବିଜେଡି କର୍ମୀମାନେ ପାଛୋଟି ନେଇଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ସାଂସଦଙ୍କୁ ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୋଧ କରିବ ବୋଲି ଆଭାସ ଦେଇଥିଲା। ଯାହାକୁ ବୁହାଳୋ ପଞ୍ଚାୟତବାସୀ ଦୃଢ଼ ବିରୋଧ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ନିଶ୍ଚିନ୍ତକୋଇଲିରେ ବିଜେଡିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଧାରଣା ଦିଆଯାଇଥିଲା। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ କିଛି ମହିଳା କର୍ମୀ ଧାରଣା ଦେଇଥିଲେ। ଏହି ଗୋଷ୍ଠୀରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା  ମୁହଁରେ କଳାପଟି ବାନ୍ଧିବା ସହିତ ପ୍ଲାକାର୍ଡ ପ୍ରଦର୍ଶନ କରି ଧାରଣା ଦେଇଥିଲେ।

ବିବାଦ ଦେଖାଦେବା ପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗସ୍ତ ପୂର୍ବରୁ ଏହି ଗୋଷ୍ଠୀ ଧାରଣା ଦେଇଥିଲେ। ବୁହାଳୋ ସରପଞ୍ଚ ବୈଜୟନ୍ତଙ୍କ ସମର୍ଥନରେ ବାହାରିଥିଲେ । ଏହି କାର୍ଯ୍ୟକ୍ରମ ଲାଗି ସାଂସଦଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ଏବଂ ପୂରା ପଞ୍ଚାୟତବାସୀ ତାଙ୍କୁ ସ୍ୱାଗତ କରିବେ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ବୁହୋଳୋ ସରପଞ୍ଚଙ୍କ ପ୍ରତିନିଧି କ୍ଷୀରୋଦ ଦାସ।

Ordigital Desk
• Published: Thursday, 11 January 2018
• Updated: 11 January 2018, 01:55 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos