‘ବିଜେଡି ଶସ୍ତା ରାଜନୀତି କରୁଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ୍- ଓଟିଭି ନାଁରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ବିଜେଡି। ଏପରିକି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଟାଣିଛି ଦଳ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଦାଖଲ କରିଥିବା ପିଟିସନ୍‌ରେ ଦର୍ଶାଇଛି, ଦଳ ବିରୋଧୀ କାର୍ଯ୍ୟ ପାଇଁ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ଓଟିଭି ରାଜ୍ୟ ସରକାର ଓ ବିଜେଡିକୁ ଅପଦସ୍ତ କରିବା ଉଦ୍ଦେଶ୍ୟରେ ନ୍ୟସ୍ତସ୍ୱାର୍ଥ ସମ୍ବଳିତ ନିରାଧାର […]

Baijayant-Panda

Rakesh Mallick
  • Published: Monday, 12 February 2018
  • , Updated: 12 February 2018, 09:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ନମ୍ବର-୧ ନ୍ୟୁଜ୍ ଚ୍ୟାନେଲ୍- ଓଟିଭି ନାଁରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ବିଜେଡି। ଏପରିକି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଟାଣିଛି ଦଳ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଦାଖଲ କରିଥିବା ପିଟିସନ୍‌ରେ ଦର୍ଶାଇଛି, ଦଳ ବିରୋଧୀ କାର୍ଯ୍ୟ ପାଇଁ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ଓଟିଭି ରାଜ୍ୟ ସରକାର ଓ ବିଜେଡିକୁ ଅପଦସ୍ତ କରିବା ଉଦ୍ଦେଶ୍ୟରେ ନ୍ୟସ୍ତସ୍ୱାର୍ଥ ସମ୍ବଳିତ ନିରାଧାର ଖବର ପରିବେଷଣ କରୁଛି। ସାମ୍ବାଦିକତାର ନୈତିକତା ବାହାରେ ଓଟିଭି ଏହାର ପ୍ରମୋଟର ବୈଜୟନ୍ତ ପଣ୍ଡାଙ୍କ ନିଜ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରୋତ୍ସାହନ ଦେଉଛି ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡିର ଏଭଳି ଅଭିଯୋଗର କଡ଼ା ଜବାବ ରଖିଛନ୍ତି ବୈଜୟନ୍ତ ପଣ୍ଡା। ଟ୍ୱିଟ୍‌ କରି ସେ କହିଛନ୍ତି-“ଏହା ଶସ୍ତା ରାଜନୀତି। ଓଟିଭି ପରିଚାଳନା ସହ ମୁଁ ଆଦୌ ଜଡ଼ିତ ନୁହେଁ। ପେଷାଦାରୀ ଭାବେ ଲିଖିତ ଚାର୍ଟର ଦ୍ୱାରା ଓଟିଭି ପରିଚାଳିତ। ସବୁ ପକ୍ଷଙ୍କୁ ମତ ଦେବାର ସୁଯୋଗ ଓ ନିରପେକ୍ଷତାର ଚାର୍ଟରରେ ଓଟିଭି କାମ କରୁଛି। ତେବେ ପାଣ୍ଡିଆନଙ୍କ ରାଜନୈତିକ ଭୂମିକା ପର୍ଦ୍ଦାଫାସ୍ ପରେ ବିଜେଡି ଏଭଳି ପ୍ରତିକ୍ରିୟାଶୀଳ ହୋଇଛି। ମିଛ ଆରୋପ ଲଗାଇବା ବଦଳରେ ସେମାନେ ଓଟିଭିର ନିରପେକ୍ଷ ମଞ୍ଚରେ ନିଜ ପକ୍ଷ ରଖନ୍ତୁ।”

Related story