କଥା କଟାକଟିରୁ ଅଫିସରେ ପଡ଼ିଲା ତାଲା

ରାଇରଙ୍ଗପୁର(ରାଜେଶ ଶର୍ମା): ଉନ୍ନୟନମୂଳକ କାମକୁ ନେଇ ରାଇରଙ୍ଗପୁର ଆଇଟିଡିଏ ପିଏ ଓ ମୟୂରଭଞ୍ଜ ସାଂସଦଙ୍କ ମଧ୍ୟରେ  ହେଲା କଥା କଟାକଟି। ଏହାପରେ ସାଂସଦଙ୍କ ସମର୍ଥକ ଆଇଟିଡିଏ ଅଫିସରେ ତାଲା ପକାଇ ଦେଇଥିଲେ । ଏହି ଘଟଣାରେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଇଟିଡିଏ ପିଏ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କ ଅଭିଯୋଗ ଆଧାରରେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । […]

office-1-1

Niharika Rout
  • Published: Friday, 10 January 2020
  • , Updated: 10 January 2020, 09:48 AM IST

ରାଇରଙ୍ଗପୁର(ରାଜେଶ ଶର୍ମା): ଉନ୍ନୟନମୂଳକ କାମକୁ ନେଇ ରାଇରଙ୍ଗପୁର ଆଇଟିଡିଏ ପିଏ ଓ ମୟୂରଭଞ୍ଜ ସାଂସଦଙ୍କ ମଧ୍ୟରେ  ହେଲା କଥା କଟାକଟି। ଏହାପରେ ସାଂସଦଙ୍କ ସମର୍ଥକ ଆଇଟିଡିଏ ଅଫିସରେ ତାଲା ପକାଇ ଦେଇଥିଲେ । ଏହି ଘଟଣାରେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଇଟିଡିଏ ପିଏ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କ ଅଭିଯୋଗ ଆଧାରରେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଦିବାସୀ ଅଞ୍ଚଳର ବିକାଶ କାର୍ଯ୍ୟର ତଦାରଖ ପାଇଁ ଗତକାଲି ସାଂସଦ ଓ ବିଧାୟକ ଆଇଟିଡିଏ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଉନ୍ନୟନମୂଳକ କାମକୁ ନେଇ ସାଂସଦଙ୍କର ଆଇଟିଡିଏ କାର୍ଯ୍ୟାଳୟର ପିଏ ଅନନ୍ତ ନାରାୟଣଙ୍କ ସହ କଥା କଟା କଟି ହୋଇଥିଲା । ପରେ ସାଂସଦଙ୍କ ସମର୍ଥକ ଆଇଟିଡିଏ ଅଫିସରେ ତାଲା ପକାଇ ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତାଲାକୁ ଭାଙ୍ଗିଥିଲେ।

Related story