ଫୁଲିଲା ଭାର୍ଗଭୀ ନଦୀ, ଭାସିଗଲା କାଠ ପୋଲ

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ତିନିକୁଦି ଗ୍ରାମ ଭାର୍ଗବୀ ନଦୀ ଉପରେ ଥିବା କାଠ ପୋଲ ଭାସି ଯାଇଛି । ଏହାଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ପୋଲଟି ଏହି ୨ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଏବେ ପୋଲ ଭାସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଲଗାଣ ବର୍ଷା ଯୋଗୁଁ ଭାର୍ଗଭୀ ନଦୀ ଫୁଲିବା ଫଳରେ ପୋଲଟି ଭାସି ଯାଇଛି । ଏହି କାଠ […]

bridge-1

Niharika Rout
  • Published: Thursday, 20 August 2020
  • , Updated: 20 August 2020, 11:01 AM IST

ବ୍ରହ୍ମଗିରି(ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ତିନିକୁଦି ଗ୍ରାମ ଭାର୍ଗବୀ ନଦୀ ଉପରେ ଥିବା କାଠ ପୋଲ ଭାସି ଯାଇଛି । ଏହାଫଳରେ ତିନିକୁଦି ଓ ବାଲିକୁଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ପୋଲଟି ଏହି ୨ ଗ୍ରାମକୁ ସଂଯୋଗ କରୁଥିବା ବେଳେ ଏବେ ପୋଲ ଭାସିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଲଗାଣ ବର୍ଷା ଯୋଗୁଁ ଭାର୍ଗଭୀ ନଦୀ ଫୁଲିବା ଫଳରେ ପୋଲଟି ଭାସି ଯାଇଛି । ଏହି କାଠ ପୋଲ ବହୁ ପୁରୁଣା ଥିବା ବେଳେ ନୂଆ ପୋଲ ଲାଗି ୫ ବର୍ଷ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଶେଷ ହେଉନାହିଁ।  ନଦୀରେ ଆସିଥିବା ଜଳରେ ଆପ୍ରୋଚ ରୋଡ଼ ମଧ୍ୟ ଧୋଇ ହୋଇଯାଇଛି ।

Related story