ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ୟୁଏନଡିପିର ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ୟୁରୀ ଅଫାନାସୈଭ

ଭୁବନେଶ୍ୱର: ୟୁଏନଡିପିର ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ୟୁରୀ ଅଫାନାସୈଭ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକାଲି ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧକାରୀ ଗୃହ ନିର୍ମାଣ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଦକ୍ଷତାର ବିକାଶ ଓ ଗ୍ରାମ୍ୟ ପରିମଳ ସଂପର୍କରେ ଆଲୋଚନା ହୋଇଥିଲା। ଏସବୁ କ୍ଷେତ୍ରରେ ୟୁଏନଡିପି ସହଯୋଗ ଯୋଗାଇଦେବ ବୋଲି ଅଫାନାସୈଭ୍ କହିଛନ୍ତି। ଆଲୋଚନା ସମୟରେ ସେ ଓଡିଶାର ବିକାଶ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତ […]

cm

Rakesh Mallick
  • Published: Friday, 11 September 2015
  • , Updated: 11 September 2015, 02:42 AM IST

ଭୁବନେଶ୍ୱର: ୟୁଏନଡିପିର ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ୟୁରୀ ଅଫାନାସୈଭ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକାଲି ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧକାରୀ ଗୃହ ନିର୍ମାଣ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଦକ୍ଷତାର ବିକାଶ ଓ ଗ୍ରାମ୍ୟ ପରିମଳ ସଂପର୍କରେ ଆଲୋଚନା ହୋଇଥିଲା। ଏସବୁ କ୍ଷେତ୍ରରେ ୟୁଏନଡିପି ସହଯୋଗ ଯୋଗାଇଦେବ ବୋଲି ଅଫାନାସୈଭ୍ କହିଛନ୍ତି। ଆଲୋଚନା ସମୟରେ ସେ ଓଡିଶାର ବିକାଶ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତ ମାନବ ବିକାଶ ସଂକ୍ରାନ୍ତରେ ଓଡିଶାର ଅଗ୍ରଗତି ସନ୍ତୋଷଜନକ ବୋଲି ମତ ଦେଇଥିଲେ।

 ବୈଠକରେ ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପଞ୍ଚାୟତରାଜ ବିଭାଗର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

Related story