ମଧ୍ୟସ୍ଥି ସାଜିବା ହେଲା କାଳ: ମହିଳାଙ୍କୁ ହତ୍ୟା, ଯୁବକଙ୍କୁ ଗୁଳିମାଡ଼

ବଣାଇ/କଲ୍ୟାଣସିଂହପୁର: କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ। ଉତ୍ତ୍ୟକ୍ତ ଲୋକକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ ନିଜ ସୁରକ୍ଷା ପ୍ରତି ଆଗ ଦୃଷ୍ଟି ଦେବା ଦରକାର। ତାହା ପୁଣି ଯଦି ଆପଣ ଅନ୍ୟ କାହାର ଝଗଡ଼ାରେ ମଧ୍ୟସ୍ଥି ସାଜୁଛନ୍ତି ତେବେ ସତର୍କତା ନିତ୍ୟାନ୍ତ ଆବଶ୍ୟକ। ଏପରି ମଧ୍ୟସ୍ଥି ସାଜି ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁଳିମାଡରେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବଣାଇ ଓ କଲ୍ୟାଣସିଂହପୁରରେ। ସୁନ୍ଦରଗଡ଼ ଜିଲ୍ଲା ବଣାଇ […]

crime

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 02:03 PM IST

ବଣାଇ/କଲ୍ୟାଣସିଂହପୁର: କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ। ଉତ୍ତ୍ୟକ୍ତ ଲୋକକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ ନିଜ ସୁରକ୍ଷା ପ୍ରତି ଆଗ ଦୃଷ୍ଟି ଦେବା ଦରକାର। ତାହା ପୁଣି ଯଦି ଆପଣ ଅନ୍ୟ କାହାର ଝଗଡ଼ାରେ ମଧ୍ୟସ୍ଥି ସାଜୁଛନ୍ତି ତେବେ ସତର୍କତା ନିତ୍ୟାନ୍ତ ଆବଶ୍ୟକ। ଏପରି ମଧ୍ୟସ୍ଥି ସାଜି ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁଳିମାଡରେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବଣାଇ ଓ କଲ୍ୟାଣସିଂହପୁରରେ।

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ କେ.ବଲାଙ୍ଗ ଥାନା ସାନରକ୍ସି ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଦୁଇଜଣଙ୍କ ଝଗଡ଼ାରେ ମହିଳା ଜଣଙ୍କ ମଧ୍ୟସ୍ଥି ସାଜିବାରୁ ଜଣେ ଯୁବକ ତାଙ୍କୁ ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଯୁବକ ଜଣଙ୍କ ଫେରାର ହୋଇଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସେହିପରି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ମୁତୁକୁଣୀ ଗାଁରେ ମଧ୍ୟସ୍ଥି ସାଜିଥିବା ଜଣେ ଯୁବକଙ୍କ ଉପରକୁ ଗୁଳିମାଡ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଜଣେ ବ୍ୟକ୍ତି ଏବଂ ତାଙ୍କ ଜ୍ୱାଇଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡାର ସମାଧାନ କରିବାକୁ ଯୁବକ ଜଣକ ଯାଇଥିଲେ। ଉତ୍ତ୍ୟକ୍ତ ଶ୍ୱଶୁର ଜ୍ୱାଇଁଙ୍କ ଉପରକୁ ଗୁଳିମାଡ କରିଥିଲେ। ହେଲେ ଗୁଳି ଜ୍ୱାଇଁଙ୍କ ବଦଳରେ ଯୁବକଙ୍କ ବାମ ଗୋଡରେ ବାଜିଥିଲା।

Related story