ଗୁଣି ଗାରେଡ଼ି ପାଇଁ ଗଡ଼ିଥିଲା ଯମୁନା ମୁଣ୍ଡ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ

କରଞ୍ଜିଆ (ଦୀପକ ମହାନ୍ତ): ଗୁଣି ଗାରେଡ଼ି ଅଭିଯୋଗରେ ଯମୁନା ହାଁସଦାଙ୍କ ମୁଣ୍ଡ ଗଡିଛି। ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ଏହି ମାମଲାରେ କରଞ୍ଜିଆ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି। ପୂରା ଘଟଣା ଏମିତି। କିଛି ଦିନ ତଳେ କରଞ୍ଜିଆ ଥାନା ଜାମୁନାଳୀଆ ଗାଁର ମୁନ୍ନା ଲୋହାରଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ବାଲିଭୋଳ ଗାଁର ଯମୁନା ହାଁସଦା ଗୁଣି ଗାରେଡି କରି […]

deceased person

Manoranjan Sial
  • Published: Wednesday, 07 July 2021
  • , Updated: 07 July 2021, 06:05 PM IST

କରଞ୍ଜିଆ (ଦୀପକ ମହାନ୍ତ): ଗୁଣି ଗାରେଡ଼ି ଅଭିଯୋଗରେ ଯମୁନା ହାଁସଦାଙ୍କ ମୁଣ୍ଡ ଗଡିଛି। ଆଜି ଏହା ଉପରୁ ପର୍ଦ୍ଦା ହଟିଛି। ଏହି ମାମଲାରେ କରଞ୍ଜିଆ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି।

ପୂରା ଘଟଣା ଏମିତି। କିଛି ଦିନ ତଳେ କରଞ୍ଜିଆ ଥାନା ଜାମୁନାଳୀଆ ଗାଁର ମୁନ୍ନା ଲୋହାରଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ବାଲିଭୋଳ ଗାଁର ଯମୁନା ହାଁସଦା ଗୁଣି ଗାରେଡି କରି ତାଙ୍କୁ ମାରିଦେଇଥିବା ମୃତ୍ୟୁ ପୂର୍ବରୁ ମୁନ୍ନାଙ୍କୁ ତାଙ୍କ ବାପା କହିଥିଲେ। ଯାହାକୁ ନେଇ ରକ୍ତମୁଖା ହୋଇଥିଲା ମୁନ୍ନା। ଆଉ ଯମୁନାଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ଗତ ୪  ତାରିଖରେ ବାଲିଭୋଳ ଗାଁରେ ବସିଥିଲା ସାପ୍ତାହିକ ହାଟ। ଆଉ ଯମୁନା ପେଟେ ନିଶା ପିଇ ପଡ଼ିଆରେ ପଡ଼ିଥିଲେ। ଏହାର ସୁଯୋଗ ନେଇ ମୁନ୍ନା ଓ ତାଙ୍କ ସାଥୀ ନାଥ ଲୋହାର କୁରାଢ଼ୀ ଏବଂ ବଲ୍ଲାରେ ହାଣି ଯମୁନାକୁ ହତ୍ୟା କରିଥିଲେ। ପରେ ତାଙ୍କ ମୁଣ୍ଡକୁ କାଟି ନେଇ ଗାଁଠାରୁ ଗୋଟିଏ କିମି ଦୂରରେ ଫିଙ୍ଗି ଦେଇଥିଲେ।

ହାଟ ପଡ଼ିଆରେ ମୁଣ୍ଡ ବିହୀନ ଗଣ୍ଡ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଗଣ୍ଡି ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଯମୁନାଙ୍କ ମୁଣ୍ଡ ପାଇନଥିଲା। ଦୁଇ ଦିନ ତଳେ ବୁଲା କୁକୁର ଯମୁନାଙ୍କ ମୁଣ୍ଡ ଝୁଣି ଖାଉଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୁଣ୍ଡ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରି ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related story