ରାଜଧାନୀରେ ଚାଞ୍ଚଲ୍ୟ: ଭଡ଼ା ଘରୁ ତଣ୍ଟି କଟା ମଣିଷ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ୍ ୪ ସ୍ଥିତ ଏକ ଭଡ଼ା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଗୋପାଳ ମହାରଣା। ତଣ୍ଟି କଟା ଅବସ୍ଥାରେ ପୋଲିସ ଗୋପାଳଙ୍କ ମୃତଦେହ ଉଦ୍ଧାର କରିଛି।

ତେବେ କିଏ କାହିଁକି ଏଭଳି ବୀଭତ୍ସ ଭାବେ ହତ୍ୟା କଲା ତାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।