ମହାକାଳ ମନ୍ଦିର ରୋଷେୟାଙ୍କୁ ହତ୍ୟା

ଝାରସୁଗୁଡ଼ା: ମନ୍ଦିର ପରିସରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।  ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡ଼ିହି ମହାକାଳ ମନ୍ଦିର ରୋଷେୟାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି।  ମୃତକ ହେଲେ ନାଥ ସାହୁ।  ମନ୍ଦିର ଦାନବାକ୍ସ ସମ୍ମୁଖରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ଜଣେ ନଡ଼ିଆ ବିକାଳି ତାଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି।