ପୁଲିସ୍‌ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ  ଦେଖିବାକୁ ମିଳିଛି । ଜିଲ୍ଲାର ବଦଲି ଗାଁରେ ପୁଲିସ୍‌ ଇନଫର୍ମର ସନ୍ଦେହରେ ଜଣକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଧନୀରାମ କଶ୍ୟପ । ପୂର୍ବରୁ ମାଓବାଦୀ ଧନୀ ରାମକୁ ପୁଲିସ୍‌ ସହ ନ ମିଶିବା ପାଇଁ ଧମକ ଦେଇଥିଲେ । ଏହା ନ ମାନିବାରୁ ମାଓବାଦୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି […]

knnife--1

Niharika Rout
  • Published: Thursday, 06 February 2020
  • , Updated: 06 February 2020, 09:09 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ  ଦେଖିବାକୁ ମିଳିଛି । ଜିଲ୍ଲାର ବଦଲି ଗାଁରେ ପୁଲିସ୍‌ ଇନଫର୍ମର ସନ୍ଦେହରେ ଜଣକୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଧନୀରାମ କଶ୍ୟପ ।

ପୂର୍ବରୁ ମାଓବାଦୀ ଧନୀ ରାମକୁ ପୁଲିସ୍‌ ସହ ନ ମିଶିବା ପାଇଁ ଧମକ ଦେଇଥିଲେ । ଏହା ନ ମାନିବାରୁ ମାଓବାଦୀ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି ଘଟଣା ପରେ ପୁଲିସ୍‌ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

Related story