ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକଙ୍କୁ ନିର୍ମମ ହତ୍ୟା

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ନାଳ ନିକଟରୁ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୋକନାଥ ପ୍ରଧାନ। ତାଙ୍କ ଘର ଖମନମୁଣ୍ଡା ପଞ୍ଚାୟତ ସିଆଳଝୁଲି ଗାଁରେ। ସେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଥିଲେ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ଗତକାଲି ସନ୍ଧ୍ୟାରେ ଲୋକନାଥ ନିଜ ଘରୁ ବଜାରକୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ […]

murder9999

Tapaswini Nayak
  • Published: Friday, 24 July 2020
  • , Updated: 24 July 2020, 01:26 PM IST

ବୌଦ୍ଧ (ଭାର୍ଜନ ପ୍ରଧାନ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ନାଳ ନିକଟରୁ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଲୋକନାଥ ପ୍ରଧାନ। ତାଙ୍କ ଘର ଖମନମୁଣ୍ଡା ପଞ୍ଚାୟତ ସିଆଳଝୁଲି ଗାଁରେ। ସେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଥିଲେ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି।

ଗତକାଲି ସନ୍ଧ୍ୟାରେ ଲୋକନାଥ ନିଜ ଘରୁ ବଜାରକୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ। ପରିବାର ଲୋକ ଏନେଇ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଆମ୍ବଗାଁ ନାଳ ନିକଟରୁ ମିଳିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଲୋକନାଥଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story